ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି କଥାବର୍ତ୍ତା ବେଳେ ୟୁକ୍ରେନ ଯୁଦ୍ଧା ଏବଂ ୱାଗନର ବିଦ୍ରୋହ ଉପରେ ଚର୍ଚ୍ଚା କରିଥିଲେ । କ୍ରେମଲିନ୍ ପ୍ରେସ କହିଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନ ଯୋଗେ କଥା ହୋଇଛନ୍ତି ଏବଂ ୟୁକ୍ରେନ ସଂଘର୍ଷ ପରେ ବିଚାରର ଆଦାନ-ପ୍ରଦାନ କରି ଦ୍ୱିପାକ୍ଷିକ ରଣନୈତିକ ବୁଝାମଣାକୁ ଅଧିକ ମଜଭୁତ କରିବା ନେଇ ନିଜ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏସସିଓ ଶିଖର ସମ୍ମିଳନୀ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି ।
କ୍ରେମଲିନ ପ୍ରେସ ସେବା କହିଛି, 'ଆଲୋଚନା ସାର୍ଥକ ଏବଂ ରଚନାତ୍ମକ ଥିଲା । ଦୁଇ ନେତା ରୁଷ ଏବଂ ଭାରତ ମଧ୍ୟରେ ବିଶେଷାଧିକାର ପ୍ରାପ୍ତ ରଣନୀତିକୁ ମଜଭୁତ କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ଆଲୋଚନା ଜାରି ରଖିବାକୁ ସହମତ ବ୍ୟକ୍ତ କରିଛନ୍ତି '।
{"id":810784,"sizeSlug":"full","linkDestination":"none"}
ରିପୋର୍ଟ ଅନୁସାରେ, ଫୋନରେ ଆଲୋଚନା ସମୟରେ ପିଏମ ମୋଦୀ ଆମେରିକା ଗସ୍ତ ବାବାଦରେ ରୁଷ ରାଷ୍ଟ୍ରପତିଙ୍କୁ ଜଣାଇଥିଲେ । ରିପୋର୍ଟରେ ଦାବି କରାଯାଇଛି ଯେ ପିଏମ ମୋଦୀ ରୁଷରେ ସଶସ୍ତ୍ର ବିଦ୍ରୋହର ଉଦ୍ୟମକୁ ନଜରରେ ରଖି ଆଇନ ଏବଂ ବ୍ୟବସ୍ଥା ବଜାୟ ରଖିବା ଏବଂ ଦେଶର ସ୍ଥିରତା ସୁନିଶ୍ଚିତ କରିବା ପାଇଁ ରୁଷ ନେତୃତ୍ୱର ନିର୍ଣ୍ଣାୟକ ପଦକ୍ଷେପ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ପିଏମ ମୋଦୀ ଏବଂ ପୁଟିନଙ୍କ ଶୁକ୍ରବାର ଆଲୋଚନାରେ ବ୍ରିକ୍ସ, ଏସସିଓ ଏବଂ ଜି-୨୦ ଗ୍ରୁପ ମଧ୍ୟରେ ସହଯୋଗ ଉପରେ ଚର୍ଚ୍ଚା କରିଛନ୍ତି ।
Also Read: ଭାରତରେ ହେବାକୁ ଥିବା SCO ବୈଠକରେ ଯୋଗ ଦେବେ ସି ଜିନପିଙ୍ଗ, ଶେହବାଜ ସରିଫ୍