ନୂଆଦିଲ୍ଲୀ /ଭୁବନେଶ୍ୱର ୨୫।୦୨: ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ରେ ସ୍ଥାନ ପାଇଲେ ଓଡ଼ିଆ ଦମ୍ପତି । କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବୀମୀ ବୀରେନ ସାହୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଉଭୟେ ବେଙ୍ଗାଳୁରୁରେ ମ୍ୟାନେଜମେଣ୍ଟରେ ଉଚ୍ଚ ଶିକ୍ଷିତ ହୋଇଛନ୍ତି । ତେବେ ଉଚ୍ଚ ଶିକ୍ଷିତ ହୋଇ ବି ଛେଳି ପାଳନ କରି ଅନ୍ୟ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ‘ନିଜେ ସଶକ୍ତ ହେବା ସହ ସାଥୀ ଗ୍ରାମବାସୀଙ୍କୁ ସଶକ୍ତ କରିଛନ୍ତି । ଏପିରିକି ମାଣିକସ୍ତୁ ଗୋଟ୍ ବ୍ୟାଙ୍କ କରି ଅନ୍ୟମାନଙ୍କୁ ସହାୟକ ହେଉଛନ୍ତି । କଳାହାଣ୍ଡି ସାଲେଭଟା ଗାଁରୁ ଆସି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ‘୫୦ଟି ଗାଁର ପ୍ରାୟ ୧ ହଜାର ଲୋକେ ସେମାନଙ୍କ ଦ୍ବାରା ଉପକୃତ ହୋଇଛନ୍ତି ।
wp:embed {"url":"https://www.prameyanews7.com/tamil-film-producer-mastermind-of-2000-crore-drug-trafficking/","type":"wp-embed","providerNameSlug":"prameya-news-7"}