'ତମ କ୍ରିକେଟକୁ ସମସ୍ତେ ମନେରଖିବେ, ସେନା ପାଇଁ ତମ ଭୂମିକା ବି ପ୍ରଶଂସନୀୟ', ଅବସର ପରେ ଧୋନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଶୁଭେଚ୍ଛା

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ, ୨୦|୦୮: ଭାରତକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି । ସେ ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀଙ୍କ ଅବସର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତ୍ରଲେଖି ମାହିଙ୍କ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ।

ମହେନ୍ଦ୍ର ସିଂ ଧୋନୀ ମଧ୍ୟ ମୋଦୀଙ୍କୁ ଟ୍ୱିଟରରେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଧୋନୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଜଣେ କଳାକାର, ସୈନିକ ଓ ଖେଳାଳିଙ୍କୁ ପ୍ରଂଶସା କରାଯାଏ । କିନ୍ତୁ ସେମାନଙ୍କର ପରିଶ୍ରମ ଓ ବଳୀଦାନୁ ସମସ୍ତେ ଚିହ୍ନିବା ଆବଶ୍ୟକ । ଏହାସହ ସେ ପତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି  ।

wp:html /wp:html

ମୋଦୀ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ଆପଣଙ୍କଠାରେ ନୂଆ ଭାରତର ଆତ୍ମା ପ୍ରତିଫଳିତ ହେଉଛି । ଆପଣଙ୍କଠାରେ ଯୁବକଙ୍କ ଭାଗ୍ୟ ଓ ପରିଚୟ ସେମାନଙ୍କ ପରିବାର ନିର୍ଣ୍ଣୟ କରିନଥାଏ । ବରଂ ଏହି ଯୁବକମାନେ ନିଜେ ନିଜର ପରିଚୟ ହାସଲ କରିଥାନ୍ତି । ଧୋନୀଙ୍କ ଅବସର ପରେ ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି । ଧୋନୀ ଜଣେ ମହାନ ଖେଳାଳି ଓ ଅଧିନାୟକ । ଇତିହାସରେ ତାଙ୍କ ନାମ ଲିପିବଦ୍ଧ ହୋଇରହିବ । ସେ ଜଣେ ଭଲ ଓ୍ୱିକେଟ କିପର୍ । ସେ ଦଳ ପାଇଁ ଅନେକ କିଛି ତ୍ୟାଗ କରିଛନ୍ତି । ଧୋନୀଙ୍କ ଖେଳକୁ ସମସ୍ତେ ମନେ ରଖିବେ । ସେନାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।  

ମୋଦୀ ଆହୁରି ଲେଖିଛନ୍ତି ଯେ, ଧୋନୀଙ୍କ ଖେଳୁଆଡ ମନୋଭାବ ସତରେ ବିରଳ । ଏକ ଛୋଟ ସହରରୁ ସେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି । ଭାରତ ପାଇଁ ଗର୍ବ ଆଣିଛନ୍ତି । ଏପରିକି ହେୟାର ଷ୍ଟାଇଲରେ ଯାହା ପରିବର୍ତ୍ତନ କରିଥିଲେ ସର୍ବଦା ଥଣ୍ଡା ମିଜାଜରେ ଖେଳିଛନ୍ତି । ଏହାସହ ଧୋନୀ ଅବସର ପରେ ସାକ୍ଷୀ ଓ ଜୀଭାଙ୍କ ସହ ଅଧିକ ସମୟ ବିତାଇବେ ବୋଲି ମୋଦୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଦେବା ପରଠୁ ୩୫୦ଟି ଦିନିକିଆ, ୯୦ଟି ଟେଷ୍ଟ ଓ ୯୮ଟି  ଟି୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ପ୍ରଥମ ଟି୨୦ ବିଶ୍ୱକପ ଓ ୨୦୧୧ରେ ଦିନିକିଆ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.