suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଟକ ଚା’ ବିକାଳୀ ଡି.ପ୍ରକାଶ ରାଓଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

28/05/2018 at 2:51 AM

ଶ୍ରୀମାନ୍ ଡି. ପ୍ରକାଶ ରାଓ ପାଂଚ ଦଶନ୍ଧି ଧରି ସହରରେ ଚା’ ଦୋକାନଟିଏ କରି ଚା’ ବିକୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହବେ ଯେ ଜଣେ ମାମୁଲି ଚା’ବାଲା ସତୁରୀରୁ ଅଧତ୍କ ପିଲାଙ୍କ ଜୀବନକୁ ଶିକ୍ଷାର ଆଲୋକରେ ଆଲୋକିତ କରିବାର ପ୍ରୟାସ କରିଛନ୍ତି । ସେ ବସ୍ତିରେ ରହୁଥତ୍ବା ପିଲାମାନଙ୍କ ପାଇଁ ‘ଆଶା ଓ ଆଶ୍ବାସନା’ ନାମକ ସ୍କୁଲଟିଏ ଖୋଲିଛନ୍ତି । ଏଇ ଗରିବ ଚା’ବାଲା ତାଙ୍କ ଆୟର ଶତକଡ଼। ପଚାଶଭାଗ ସେଇ ସ୍କୁଲ ପାଇଁ ଖର୍ଚ୍ଚକରି ଦିଅନ୍ତି । ସେ ସ୍କୁଲକୁ ଆସୁଥିବା ସବୁ ପିଲାଙ୍କ ପାଇଁ ଶିକ୍ଷା ସ୍ବାସ୍ଥ୍ୟ ଏବଂ ଭୋଜନର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଗରିବ ପିଲାମାନଙ୍କ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ଡି. ପ୍ରକାଶ ରାଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ପିଲାମାନଙ୍କର ଜୀବନରୁ ଅନ୍ଧକାରକୁ ଦୂର କରିଛନ୍ତି । ‘ତମସୋ ମା ଜ୍ୟୋତିର୍ଗମୟଃ’ ଏହି ବେଦ ବାକ୍ୟଟିକୁ କିଏ ନ ଜାଣେ। କିନ୍ତୁ ଏହି ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରି ସାକାର କରିଛନ୍ତି ଶ୍ରୀ ଡି. ପ୍ରକାଶ ରାଓ। ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ, ସମାଜ ପାଇଁ ତଥା ସମଗ୍ର ଦେଶ ପାଇଁ ଏକ ପ୍ରେରଣା ସ୍ରୋତ। ଆପଣଙ୍କ ଆଖପାଖରେ ମଧ୍ୟ ଏଇଭଳି ଘଟଣାମାନ ଘଟୁଥିବା। ଅଗଣିତ ଘଟଣା ଏମିତି ଥିବା । ଆସନ୍ତୁ ଆମେ ସକାରାତ୍ମକ ଚିନ୍ତାଧାରାକୁ ଆଗେଇନେବା।

Leave a Reply

   Related Posts