ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ କରିବା ପାଇଁ ଏହି ବଡ ପଦକ୍ଷେପ ନେଇ ପାରନ୍ତି ପିଏମ ମୋଦୀ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୦୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୭୬ରେ ପହଞ୍ଚିଛି। ଏହି ମାରାତ୍ମକ ଭୂତାଣୁର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡିଛି। ଘରୋଇ ପୁଞ୍ଜି ବଜାର କ୍ରମାଗତ ନିମ୍ନଗାମୀ ହେବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ କରିବା ପାଇଁ ଋଣ ଓ ଟ୍ୟାକ୍ସ ସମ୍ବନ୍ଧିତ କିଛି ନିୟମରେ ପରିବର୍ତ୍ତନ କରି ପାରନ୍ତି।

ଅର୍ଥ ମନ୍ତ୍ରଣାଳୟ ଋଣର ଅବଧି ବଢାଇବା ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ମାନଦଣ୍ଡରେ କିଛି କୋହଳ କରିବା ଉପରେ ବିଚାର କରୁଛନ୍ତି। ଆମେରିକା, ଚୀନ ଓ ଇଣ୍ଡୋନେସିଆ ସହିତ ଅନେକ ରାଷ୍ଟ୍ର ଅର୍ଥବ୍ୟବସ୍ଥା ଉପରେ କରୋନା ପ୍ରଭାବକୁ କମ କରିବା ପାଇଁ  ଅରବ ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସଂପ୍ରତି ଆର୍ଥିକ ଚାପର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ୨.୭ ଖବର ଡଲାରର ଅର୍ଥବ୍ୟବସ୍ଥାକୁ ଭୂତାଣୁର ପ୍ରକୋପରୁ ରକ୍ଷା କରିବା ଲାଗି ପଦକ୍ଷେପ ଉଠାଇବାର ଆବଶ୍ୟକତା ରହିଛି। ଅନ୍ୟପଟେ ଭାରତୀୟ ଅର୍ଥବ୍ୟବସ୍ଥା କିଛି ବର୍ଷ ହେବ ମନ୍ଥର ଗତି ଦେଇ ଗତି କରୁଛି।

କରୋନା ଭୂତାଣୁର ବଢୁଥିବା ସଂକ୍ରମଣ ସ୍ଵାସ୍ଥ୍ୟ କ୍ଷେତ୍ର ସହିତ ଅର୍ଥବ୍ୟବସ୍ଥା ପାଇଁ ମଧ୍ୟ ଗମ୍ଭୀର ସଙ୍କଟ ସୃଷ୍ଟି କରିଛି। ଭାରତରେ ସୂକ୍ଷ୍ମ, ଛୋଟ ଓ ମଧ୍ୟମ ଉଦ୍ୟୋଗ ସହିତ ୧୦ କୋଟି ଲୋକ ଜଡିତ ଅଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏମଏସଏମଇରେ ମ୍ୟାନୁଫେକଚରିଂ ଉତ୍ପାଦନରେ ମୋଟ୍ ୪୫ ପ୍ରତିଶତ ଭାଗ ରହିଛି, ଦେଶର ରପ୍ତାନୀରେ ଏହାର ୪୦ ପ୍ରତିଶତ ଭାଗିଦାରୀ ରହିଛି। ସମଗ୍ର  ବିଶ୍ଵରେ ଛୋଟ ବ୍ୟବସାୟୀ  ଓ ସମସ୍ତ ସେକ୍ଟରଙ୍କୁ କରୋନାରୁ ବଞ୍ଚାଇବା ଲାଗି ପଦକ୍ଷେପ ଉଠାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.