scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

SCO ସମ୍ମିଳନୀରେ ଭାଷାଗତ ବାଧା ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଜୋର୍, ଉପସ୍ଥାପନ କଲେ ଭାରତର ‘ଭାଷିନୀ’

5/07/2023 at 5:49 PM

ନୂଆଦିଲ୍ଲୀ, ୦୫/୦୭: ସାଂଘାଇ ସହଯୋଗ ସଂଗଠନ (SCO)ର ଶିଖର ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜିତ ହେଉଛି। ଭାରତର ନେତୃତ୍ବରେ ପ୍ରଥମ ଥର ଏହି ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ହେଉଛି। ଏହି ଭର୍ଚୁଆଲ ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭଳି ନେତା ଭାଗ ନେଉଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଏସସିଓ ସଦସ୍ୟ ଦେଶଙ୍କ ସମ୍ମୁଖରେ ଭାରତର ଏଆଇ ଆଧାରିତ ପ୍ଲାଟଫର୍ମ ଭାଷିନୀକୁ ଉପସ୍ଥାପନ କରିଛନ୍ତି। ଭାଷିନୀ ଦ୍ବାରା ଏସସିଓ ସଦସ୍ୟଙ୍କ ମଧ୍ୟରେ ଭାଷାକୁ ନେଇ ରହିଥିବା ବାଧା ଦୂର କରିବା ଏହାର ଉଦ୍ଦେଶ୍ୟ।

ଏହାକୁ ନେଇ ପିଏମ ମୋଦୀ କହିଛନ୍ତି ‘‘ଏସସିଓରେ ଥିବା ଭାଷାଗତ ବାଧାକୁ ଦୂର କରିବା ପାଇଁ ଆମେ ଭାରତ ଆଧାରିତ ଏଆଇ ଆଧାରିତ ଭାଷା ପ୍ଲାଟଫର୍ମ ଭାଷିନୀକୁ ସେୟାର କରି ଖୁବ୍‌ ଖୁସି ଅନୁଭବ କରୁଛୁ।’’ ଏହାକୁ ଡିଜିଟାଲ ଟେକ୍ନୋଲୋଜୀର ଉନ୍ନତି ଭାବରେ ଦେଖାଯାଇପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସୂଚନାଥାଉକି, ବର୍ତ୍ତମାନ ଏସସିଓରେ ଅଧିକାରିକ ଭାବରେ ମାଣ୍ଡେରିନ୍‌ ଏବଂ ରଷିଆନ ରହିଛି। ଭାରତ ଇଂରାଜୀକୁ ଅଧିକାରୀକ ଭାଷା ପାଇଁ ମଧ୍ୟ ଅପିଲ୍‌ କରିଆସୁଛି।

ଆହୁରି ପଢ଼ନ୍ତୁ: ୧୨ କୋଟି ଚାଷୀଙ୍କ ପାଇଁ ଖୁସି ଖବର: ଏହି ଦିନ ମିଳିବ ପିଏମ୍ କିଷାନ ସମ୍ମାନ ନିଧିର ୧୪ତମ କିସ୍ତି

   Related Posts