କୁଲ୍ଲୁ ଦଶହରା ଉତ୍ସବରେ ଯୋଗଦେଲେ ପିଏମ ମୋଦୀ, ଏପରି କରିବାରେ ହେଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | October 05, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କୁଲ୍ଲୁରେ ଅନ୍ତର୍ଜାତୀୟ ଦଶହରା ସମାରୋହରେ ସାମିଲ ହୋଇଛନ୍ତି । ଏଠାରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶର କୁଲ୍ଲୁରେ ଲୋକଙ୍କ ଏକ ବିଶାଳ ଜନସଭାକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପ୍ରଥମ ଥର ଯେତେବେଳେ ଦେଶର କୌଣସି ପ୍ରଧାନମନ୍ତ୍ରୀ କୁଲ୍ଲୁ ଦଶହରା ସମାରୋହରେ ସାମିଲ ହୋଇଛନ୍ତି ।

wp:html /wp:html

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏମ୍ସ ଏବଂ ହାଇଡ୍ରୋ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବା ପରେ ଲୁହନୁ ମୈଦାନରେ ଏକ ଜନସଭାକୁ ସମ୍ୱୋଧିତ କରିଥିଲେ। ପିଏମ କହିଥିଲେ, ହିମାଚଳ ପ୍ରଦେଶ ସାରା ଦେଶରେ ସୁରକ୍ଷା ବୀରଙ୍କୁ ନେଇ ପରିଚିତ । ଏବେ ଏମ୍ସ ବିଲାସପୁର ଜୀବନ ରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପୂର୍ବ ସରକାର ଗୁଡିକ ଯୋଜନାର ଶିଳାନ୍ୟାସ କରୁଥିଲେ ଏବଂ ନିର୍ବାଚନ ପରେ ତାକୁ ସମ୍ପୂର୍ଣ୍ଣ କରିବାକୁ ଭୁଲି ଯାଉଥିଲେ । କିନ୍ତୁ ବର୍ତ୍ତମାନର ସରକାର ଶିଳାନ୍ୟାସ କରିବା ସହ ପ୍ରକଳ୍ପ ଗୁଡିକ ଉଦଘାଟନ ମଧ୍ୟ କରୁଛି । ଏହାସହ ବହୁ ବର୍ଷ ପରେ ପୁଣି ଥରେ କୁଲ୍ଲୁ ଦଶହରାରେ ସାମିଲ ହେବାର ସୌଭାଗ୍ୟ ମିଳିବ ବୋଲି କହିଥିଲେ ।

ହିମାଚଳ ପ୍ରଦେଶର ବିକାଶ କଥା ଉଲ୍ଲେଖ କରି, କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ପିଏମ ମୋଦୀ କହିଛନ୍ତି । ଏହାସହ ହିମାଚଳ ପ୍ରଦେଶର ଅନେକ ସୁଯୋଗ ରହିଛି, ଏଠାରେ ବିଜୁଳି ଉତ୍ପାଦନ ହୁଏ, ଫଳ-ପନିପରିବା ପାଇଁ ଉର୍ବର ଜମି ରହିଛି । ରୋଜଗାର ପାଇଁ ଅନନ୍ତ ସୁଯୋଗ ସୃଷ୍ଟି କରୁଥିବା ପର୍ଯ୍ୟଟନ କ୍ଷେତ୍ର ରହିଛି ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.