ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସିଙ୍ଗାପୁରରେ ଆସିଆନ୍-ଇଣ୍ଡିଆ ବ୍ରେକ୍‌ଫାଷ୍ଟ ସମିଟ୍‌ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

15/11/2018 at 12:55 PM

ସିଙ୍ଗାପୁର ୧୫|୧୧: ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସିଆନ୍-ଭାରତ ସମ୍ମିଳନୀରେ ଯୋଗ ଦେବାପାଇଁ ମୋଦି ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ଆଜି ଆସିଆନ୍-ଭାରତ ବ୍ରେକଫାଷ୍ଟ ସମିଟରେ ଅଂଶଗ୍ରହଣ କରିଛନ୍ତି ମୋଦି । ଇଣ୍ଡୋ-ପେସିଫିକ୍‌ ଅଞ୍ଚଳରେ ସାମୁଦ୍ରିକ ସହଯୋଗ ଏବଂ ବାଣିଜ୍ୟର କେନ୍ଦ୍ରୀୟତା ବିଷୟରେ ଗୁରୁତ୍ବାରୋପ କରିଛନ୍ତି ମୋଦି। ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡ଼ିକ ସହିତ ସଂପର୍କ ବୃଦ୍ଧି କରିବା ପାଇଁ ମୋଦି ସେହିସବୁ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ତେବେ ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସିଙ୍ଗାପୁର ଫିନ୍ ଟେକ୍  ସମ୍ମିଳନୀରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଉଦବୋଧନ ଦେଇଛନ୍ତି । ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ଡିନର ପାର୍ଟିରେ ଯୋଗ ଦେଇଥିଲେ ମୋଦି। ଥାଇଲାଣ୍ଡ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ଏହି ଅବସରରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି।

   Related Posts