ତାସକେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ, ପାକ୍ ପିଏମ ଶାହବାଜଙ୍କ ହେବ ବୈଠକ ? SCO ସମିଟରେ ଯୋଗ ଦେବେ ଦୁଇ ନେତା !

Published By : Prameya-News7 Bureau | April 18, 2022 IST

ନୂଆଦିଲ୍ଲୀ,୧୮।୦୪:  ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ହୋଇପାରେ ବୈଠକ। ସୂତ୍ର ଅନୁସାରେ, ଏନେଇ ଭାରତ ଏବଂ ପାକିସ୍ତାନୀ ଅଧିକାରୀଙ୍କ ଆଲୋଚନା ଚାଲିଛି। ଜୁଲାଇ ମାସରେ ତାସକେଣ୍ଟରେ ହେବାକୁ ଏସସିଓ ସମିଟରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ରହିଛି।

ଆସନ୍ତା ଜୁଲାଇ ୧୭ ତାରିଖରେ ଉଜବେକିସ୍ତାନର ତାସକେଣ୍ଟରେ ଆୟୋଜିତ ହେବ ଏସସିଓ ସମିଟ୍ । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଯୋଗ ଦେଇପାରନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଯଦି ଦୁଇ ଦେଶର ନେତାଙ୍କ ମଧ୍ୟରେ ବୈଠକ ସଫଳ ହୁଏ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର କଟାସ ରାଜ ମନ୍ଦିର ଗସ୍ତ କରିପାରନ୍ତି।

୨୦୧୫ ମସିହାରେ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଗସ୍ତ କରିଥିଲେ। ହାଠତ୍ ଲାହୋରରେ ଓହ୍ଲାଇ ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିଥିଲେ। ଏହାପରେ ୨୦୧୬ ପଠାନକୋଟ ଏବଂ ୨୦୧୯ ପୁଲୱାନା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶର ସମ୍ପର୍କ ଅଧିକ ବିଗିଡି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.