ନୂଆଦିଲ୍ଲୀ: ତେଜସ୍ ଫାଇଟର ଜେଟ୍ରେ ଉଡ଼ାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର, ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ର ଗସ୍ତ ସମୟରେ ପିଏମ ମୋଦୀ ଲଢ଼ୁଆ ବିମାନ ତେଜସରେ ଉଡ଼ାଣ ଭରିଛନ୍ତି । ଏନେଇ ପିଏମ ମୋଦୀ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ‘‘ତେଜସରେ ଉଡ଼ାଣ ଭରି ଅତ୍ୟନ୍ତ ଗର୍ବର ସହ କହୁଛି ଯେ, ଆମର ପରିଶ୍ରମ ଏବଂ ଇଚ୍ଛାଶକ୍ତି କାରଣରୁ ଆମେ ଆତ୍ମନିର୍ଭରତା କ୍ଷେତ୍ରରେ ବିଶ୍ବରେ କାହାଠାରୁ କମ୍ ନୁହେଁ। ଭାରତୀୟ ବାୟୁସେନା, ଡିଆରଡିଓ ଏବଂ ହାଲ୍ ସହ ସମସ୍ତ ଭାରତବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା।’’
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ପିଏମ ତେଜସର ମ୍ୟାନୁଫ୍ୟାକଚରିଂ ହବ୍ର ନିରୀକ୍ଷଣ କରିଛନ୍ତି । ନିକଟରେ ହିଁ ଭାରତୀୟ ବାୟୁ ସେନା ହାଲ୍ରେ ୧୨ଟି ଉନ୍ନ Su-30MKI ଲଢ଼ୁଆ ବିମାନ କିଣିବା ପାଇଁ ହାଲ୍କୁ ଏକ ଟେଣ୍ଡର ଜାରି କରିଥିଲା। ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପ୍ରସ୍ତୁତିକୁ ବଢ଼ାଇବା ଏବଂ ସ୍ବଦେଶୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ମଧ୍ୟରେ ତେଜସ ବିମାନ ରହିଛି । ଏହି ବିମାନର ପ୍ରଥମ ସଂସ୍କରଣ ୨୦୧୬ରେ ବାୟୁସେନାରେ ସାମିଲ କରାଯାଇଥିଲା।
wp:html/wp:htmlमैं आज तेजस में उड़ान भरते हुए अत्यंत गर्व के साथ कह सकता हूं कि हमारी मेहनत और लगन के कारण हम आत्मनिर्भरता के क्षेत्र में विश्व में किसी से कम नहीं हैं। भारतीय वायुसेना, DRDO और HAL के साथ ही समस्त भारतवासियों को हार्दिक शुभकामनाएं। pic.twitter.com/xWJc2QVlWV
— Narendra Modi (@narendramodi) November 25, 2023
ଆହୁରି ପଢ଼ନ୍ତୁ: ବାୟୁସେନାକୁ ମିଳିଲା ଶକ୍ତିଶାଳୀ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସ୍: ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୮ ଦେବାକୁ ଲକ୍ଷ୍ୟ
ବର୍ତ୍ତମାନ ଆଇଏଏଫରେ ଦୁଇ ସ୍କ୍ବାର୍ଡନ, ୪୫ ସ୍କ୍ବାର୍ଡନ ଏବଂ ୧୮ ସ୍କ୍ବାର୍ଡନ ଏଲସିଏ ତେଜସ ସହ ପରିଚାଳିତ ହେଉଛି। ମୋଦୀ ସରକାର ୮୩ ଏଲସିଏ ଏମକେ ୧ଏ ବିମାନର ଡେଲିଭରି ପାଇଁ ହାଲକୁ ୩୬,୪୬୮ କୋଟି ଟଙ୍କାର ଅର୍ଡର ଦେଇଛନ୍ତି ଏବଂ ଏହାର ଡେଲିଭରି ଫେବ୍ରୁଆରୀ ୨୦୨୪ ପର୍ଯ୍ୟନ୍ତ ହେବା ନେଇ ସମ୍ଭାବନା ରହିଛି।
ସୂଚନାଥାଉକି, ପିଏମ ମୋଦୀ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ନିର୍ମାଣ ଉପରେ ଜୋର୍ ଦେଉଛନ୍ତି। ବଡ଼ କଥା ହେଉଛି ହେଉଛି ଅନେକ ଦେଶ ମଧ୍ୟ ଏହି ହାଲୁକା ଲଢ଼ୁଆ ବିମାନ କିଣିବା ପାଇଁ ଆଗ୍ରହୀ ଅଛନ୍ତି। ଆମେରିକା ମଧ୍ୟ MK 2 ତେଜସର ଇଞ୍ଜିନ ତିଆରି ପାଇଁ ଏଚଏଏଲ ସହ ଏକ ଚୁକ୍ତି କରିଥିଲା।
ଆହୁରି ପଢ଼ନ୍ତୁ: AIର ନକରାତ୍ମକ ପ୍ରଭାବକୁ ନେଇ ବିଶ୍ୱ ଚିନ୍ତିତ, ସ୍ୱତନ୍ତ୍ର ନିୟମାବଳୀ ଆଣିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ