ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
11/05/2018 at 9:25 AM

ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ମାଟକରେ ମାରାଥନ ପ୍ରଚାର ଶେଷ ପରେ କାଠମାଣ୍ଡୁ ଗସ୍ତରେ ଯାଇଥିବା ନରେନ୍ଦ୍ର ମୋଦିଙ୍କ ଗସ୍ତ ଅନେକ ଦିଗରୁ ବେଶ୍ ଗୁରୁତ୍ବପୂର୍ଣ୍ମ । ପ୍ରଧାନମନ୍ତ୍ରୀ ମୋଦି ଆଜି ପ୍ରଥମେ ଜାନକୀ ମନ୍ଦିରରେ ଦର୍ଶନ କରିବା ପରେ ଜନକପୁରୀରୁ ଅଯୋଦ୍ଧା ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ହିନ୍ଦୁ ଧର୍ଣସହ ସଂପ୍ରକୀତ ଦୁଇ ସହକ ଜନକରପରୀ ଓ ଅଯୋଧ୍ୟା ମଧ୍ୟରେ ଏହି ଐତିହାସୀକ ବସ୍ ସେବାକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ପତକା ହଲାଇ ଶୁଭାରମ୍ଭ ସଂକେତ ଦେଇଥିଲେ । ବିଂଶ ଶତାବ୍ଦୀରେ ପ୍ରତିଷ୍ଠିତ ଜାନକୀ ମନ୍ଦିରରେ ହିନ୍ଦୁଙ୍କ ଆରାଧ୍ୟ ଦେବୀ ସୀତା ପୂଜା ପାଆନ୍ତି । ଜନକପୁରୀକୁ ସୀତାଙ୍କ ଜନ୍ମସ୍ଥାନ ଭାବେ ଅବିହିତ କରାଯାଏ । ଭାରତ ଓ ନେପାଳ ସରକାର ଆଯୋଧ୍ୟା ଓ ଜନକପୁରୀ ମଧ୍ୟରେ ବସ୍ ସେବା ରାମାୟଣ ସର୍କୀଟ ଦେଇ ଯାଉଛି । ଏହି ସର୍କିଟ୍ରେ ରାମାୟଣ ସହ ସଂପ୍ରକୀତ ୧୪ ଟି ସ୍ଥାନକୁ ବିକଶିତ କରିଛନ୍ତି ଭାରତ ସରକାର । ଗତ ୪ ବର୍ଷ ଭିତରେ ମୋଦିଙ୍କର ଏହା ତୃତୀୟ ନେପାଳ ଗସ୍ତ ହୋଇଥିଲେ ବି ଅନ୍ୟ ଗସ୍ତ ଠାରୁ ଏହା ଅଧିକ ଗୁରୁତ୍ବପୂର୍ଣ୍ମ । ଦ୍ୱିପାକ୍ଷିକ ସଂପର୍କରେ ସୁଧାର ଆଣିବା ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ । କେ.ପି.ଓଲି ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପଡେଶୀ ରାଷ୍ଟ୍ର ଗସ୍ତରେ ଯାଇଛନ୍ତି । ଦୁଇ ନେତା ମିଳିତ ୯ ଶହ ମେଗାୱାଟ୍ର ଅରୁଣ ଥ୍ରୀ ବିଦ୍ୟୁତ ପ୍ରକଳ୍ପର ଶୁଭ ଦେବେ । ଦୁଇ ଦେଶ ମିଳିତ ବାବେ ଏହି ପ୍ରକଳ୍ପ କରୁଛନ୍ତି । ଏହାସହ ନେପାଳରେ ଆଉ କିଛି ମହାତ୍ତକାଂକ୍ଷୀ ଭିତ୍ତିଭୂମୀ ପ୍ରକଳ୍ପ, ଜଳ ଯୋଜନା ଆଦିର ଶୁଭ ଦେବେ । ନେପାଳକୁ ଚୀନର ସହଯୋଗ ବୃଦ୍ଧି ପାଉଥିବା ବେଳେ , ସେଥିରେ ରୋକ୍ ଦେବା ଲାଗି ମୋଦିଙ୍କ ଗସ୍ତରେ ଦ୍ୱିପାକ୍ଷିକ ସଂପର୍କ ନେଇ କିଛି ବୁଝାମଣା କରିବେ ନେପାଳ ଓ ଭାରତ ।