ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷା ତାଙ୍କର ଅହଂକାର:ମୋଦି
9/05/2018 at 10:13 AM

କର୍ଣ୍ଣାଟକ ବାଙ୍ଗରାପେଟ ନିର୍ବାଚନୀ ରାଲିରେ ସମ୍ବୋଧନ କରିବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି ମୋଦି। ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବା ଆକାଂକ୍ଷା ତାଙ୍କର ଅହଂକାରକୁ ସୂଚାଉଛି ବୋଲି କହିଛନ୍ତି ମୋଦି। ଅନଭିଜ୍ଞ ଓ ନାମଦାର ନେତାଙ୍କୁ ଦେଶବାସୀ କେମିତ ପ୍ରଧାନମନ୍ତ୍ରୀଭାବେ ଗ୍ରହଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମୋଦି। କଂଗ୍ରେସରେ ରାହୁଲଙ୍କଠାରୁ ଢେର୍ ଅଭିଜ୍ଞ ନେତା ଅଛନ୍ତି। ହେଲେ ସମସ୍ତଙ୍କୁ ଉପେକ୍ଷା କରି ନିଜକୁ ଦଳର ପ୍ରଧାନମନ୍ତ୍ରୀପ୍ରାର୍ଥୀଭାବେ ଘୋଷଣା କରିବା ତାଙ୍କର ଅହଂକାରକୁ ସୂଚାଉଛି ବୋଲି କହିଛନ୍ତି ମୋଦି। କଂଗ୍ରେସରେ ୪୦ ବର୍ଷ ଧରି ଢେର୍ ଅଭିଜ୍ଞ ନେତା ପ୍ରଧାନମନ୍ତ୍ରୀ ହେବା ପାଇଁ ଅପକ୍ଷାରେ ରହିଛନ୍ତି। ରାହୁଲ ଅଚାନକ ଆସି ନିଜକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀବୋଲି ଘୋଷଣା କରିବାକୁ ରାହୁଲଙ୍କ ଅହଂକାର ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ମୋଦି ।