ପିଏମ୍ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ ରାଷ୍ଟ୍ରପତି ପୁଟିନ, ଏକାଠି କରିବେ ରାତ୍ରିଭୋଜନ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଜଧାନୀ ମସ୍କୋରେ ଅଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ରୁଷ ପହଞ୍ଚିଛନ୍ତି । ଏଠାରେ ପିଏମ୍ ମୋଦୀ ରୁଷ ରାଷ୍ଟ୍ରପତିଙ୍କ ସହ ୨୨ତମ ରୁଷ-ଭାରତ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ । ମଙ୍ଗଳବାର ଏହି ଶିଖର ବାର୍ତ୍ତାର ଆୟୋଜନ ହେବ ।

ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ରାତ୍ରିଭୋଜନରେ ସାମିଲ ହୋଇଛନ୍ତି ପିଏମ୍ ମୋଦୀ । ରାତ୍ରିଭୋଜନରେ ଯୋଗ ଦେବା ପାଇଁ ପହଞ୍ଚିଥିବା ପିଏମ୍ ମୋଦୀଙ୍କୁ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଅଣଔପଚାରିକ ଆଲୋଚନା ନେଇ ମଧ୍ୟ ଆଶା କରାଯାଉଛି ।


ଏହା ପୂର୍ବରୁ ମସ୍କୋ ଏୟାରପୋର୍ଟରେ ପିଏମ୍ ମୋଦୀ ଓହ୍ଲାଇବା ପରେ ସେଠାରେ ତାଙ୍କୁ ଭଗ୍ୟ ସ୍ୱାଗତ ଜଣାଯାଇଥିଲା । ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭ ସ୍ୱାଗତ କରିଥିଲେ । ବିମାନ ବନ୍ଦରରେ ଗ୍ରାଣ୍ଡ ୱେଲକମ୍ ପରେ ପିଏମ୍ ମୋଦୀ ହୋଟେଲ୍ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ରୁଷ କଳାକାରମାନେ ଉପସ୍ଥିତ ରହିଥିଲେ । ଏହି ସମୟରେ ରୁଷର ଡେପୁଟୀ ପିଏମ୍ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମସ୍କୋରେ ଦ କାର୍ଲଟନ ହୋଟେଲରେ ପହଞ୍ଚିବା ପରେ କିଛି ପିଲାଙ୍କୁ ଭେଟିଥିଲେ ଏବଂ ପ୍ରବାସୀ ଭାରତୀୟଙ୍କ ସହ କଥାବର୍ତ୍ତା ହୋଇଥିଲେ । ଅନୁମାନ କରାଯାଉଛି ଯେ ପିଏମ୍ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ପୁଟିନ ମଙ୍ଗଳବାର ହେବାକୁ ଥିବା ବୈଠକ ଏକ ଘଣ୍ଟାରୁ ଅଧିକ ସମୟ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.