ଜର୍ମାନୀ ଚାନସେଲର ଓଲାଫ ସ୍କୋଲାଜଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା

Published By : Prameya-News7 Bureau | May 02, 2022 IST

ମୁମ୍ୱାଇ,୦୨/୦୫: ପ୍ରଧାନମନ୍ତ୍ରୀ ମୋଦୀ ତିନିଦିନିଆ ବିଦେଶ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି। ଏଠାରେ ପିଏମ ମୋଦୀ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲାଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଭାରତ ଏବଂ ଜର୍ମାନୀ ମଧ୍ୟମରେ ଦ୍ୱିପାକ୍ଷିକ ଆଇଜିସିର ଷଷ୍ଠ ପର୍ଯ୍ୟାୟ ବୈଠକ ପୂର୍ବରୁ ଦୁଇ ନେତାଙ୍କ ପରସ୍ପରକୁ ଭେଟିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ସାମଗ୍ରୀକ ରଣନୈତିକ ବୁଝାମଣା ସହ ଆଞ୍ଚିଳକ ଏବଂ ବୈଶ୍ୱିକ ବିକାଶ ପାଇଁ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଥିଲେ।

wp:html /wp:html

ବିଦେଶ ମନ୍ତ୍ରଣାଳୟ ସୂଚନା ଅନୁସାରେ, ୨୦୨୧ ଡିସେମ୍ୱରରେ ଜର୍ମାନୀ ଚାନସେଲର ଦାୟିତ୍ୱ ଗ୍ରହଣ କରିବା ଓଲାଫ ସ୍କୋଲାଜଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକ। ଜର୍ମାନୀ ପରେ ମଙ୍ଗଳବାର ଡେନମାର୍କ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ନାର୍ଡିକ୍ ଦେଶ ଗୁଡିକର ନେତାଙ୍କ ସହ ଉଚ୍ଚ ସ୍ତୀରୟ ବୈଠକ କରିବେ। ଏହାପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଇମାନୁଏସ ମାକ୍ରନଙ୍କୁ ସାକ୍ଷାତ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.