ଅଗଷ୍ଟ ୨୩ 'ଜାତୀୟ ମହାକାଶ ଦିବସ'; ଚନ୍ଦ୍ରାବତରଣକୁ ମନେରଖିବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 26, 2023 IST

ବେଙ୍ଗାଳୁରୁ: ଅଗଷ୍ଟ ୨୩ ତାରିଖ ଜାତୀୟ ମହାକାଶ ଦିବସ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ଦିନକୁ ମନେରଖିବାକୁ ପ୍ରତିବର୍ଷ ଏହି ଦିନ ପାଳିତ ହେବ ଜାତୀୟ ମହାକାଶ ଦିବସ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଚନ୍ଦ୍ରଯାନ ମିଶନରେ ସାମିଲ ଥିବା ମହିଳାମାନ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନକୁ ଶିବଶକ୍ତି ଭାବେ ନାମିତ କରାଯାଇଛି ।

wp:html /wp:html

ଗ୍ରୀସ୍ ଗସ୍ତ ସାରି ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଶନରେ ସାମିଲ ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବେଙ୍ଗାଳୁରୁ ସ୍ଥିତି ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିବା ଇସ୍ରୋ ଟିମର ଧର୍ଯ୍ୟକୁ  ଗ୍ରାଣ୍ଡ ସାଲ୍ୟୁଟ୍ ଜଣାଇଛନ୍ତି । ପିଏମ ମୋଦିଙ୍କୁ ବେଙ୍ଗାଳୁରୁ ଏୟାରପୋର୍ଟରେ ପହଞ୍ଚିଲା ପରେ ବିପୁଳ ସ୍ବାଗତ କରାଯାଇଛି । ଏହାପରେ ସେଠାରେ ଉପସ୍ଥିତ ଜନସାଧରଣଙ୍କୁ ସମ୍ବୋଧିତ କରିଛନ୍ତି ।

wp:html /wp:html

ଚନ୍ଦ୍ରଯାନ-୩ ଟିମକୁ ସମ୍ବୋଧିତ କରି ପିଏମ୍ ମୋଦି କହିଛନ୍ତି, ଆଜି ଦେଶବାସୀ ଏକ ଭିନ୍ନ ସ୍ତରରେ ଖୁସି ଅନୁଭବ କରୁଛନ୍ତି । ଚନ୍ଦ୍ରଯାନକୁ ପ୍ରଧାନମନ୍ତ୍ରୀ ଚିନ୍ତିତ ଥିବା କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଥାଇବି ମନ ଆପଣଙ୍କ ସହିତ ଥିବା ବୋଲି ପିଏମ୍ ମୋଦି କହିଛନ୍ତି । ଏହା ସହିତ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଦିନକୁ ମନେରଖିବା ପାଇଁ ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରିଛନ୍ତି । ପ୍ରତିବର୍ଷ ଏହି ଦିନ ମହାକାଶ ଦିବସ ଭାବେ ପାଳନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.