Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପୂର୍ବ ଉତ୍ତର ପ୍ରଦେଶ ବିଜେପି ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଆସିଲେନି ଅଜୟ ମିଶ୍ର ଟେନୀ

17/12/2021 at 4:02 PM

ନୂଆଦିଲ୍ଲୀ ୧୭।୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ଆବାସରେ ଉତ୍ତରପ୍ରଦେଶ  ବିଜେପି ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷାତ ଆଲୋଚନାରେ ଅଜୟ ମିଶ୍ର ଟେନୀଙ୍କୁ ଦେଖାଯାଇନି।  ଏଥିରୁ ଏବେ ଟେନୀଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ହୁଏତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇପାରେ ବୋଲି ରାଜ୍ୟ ବିଜେପିରେ ଏବେ ଆକଳନ କରାଯାଉଛି।

ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ଆବାସରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତରପ୍ରଦେଶ ବିଜେପିର ପାଖାପାଖି ୪୦ ଜଣ ସାଂସଦ ଯୋଗ ଦେଇଥିଲେ। ଏଥିରେ ଅଧିକାଂଶ ପୂର୍ବ ଉତ୍ତର ପ୍ରଦେଶର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଜେପିର ସ୍ଥିତି ନେଇ ଜଣଜଣ କରି ସାଂସଦଙ୍କୁ ପଚାରି ବୁଝିଥିଲେ। ଅଜୟ ମିଶ୍ର ଟେନୀ ମଧ୍ୟ ପୂର୍ବ ଉତ୍ତର ପ୍ରଦେଶର ସାଂସଦ । ତେବେ ବୈଠକରେ ତାଙ୍କର ଅନୁପସ୍ଥିତି ଅନ୍ୟମାନଙ୍କୁ ଅନୁଭବ ହୋଇଛି।  ବୈଠକରେ ଲକ୍ଷ୍ମୀପୁର ଖେଡୀ କାଣ୍ଡ ପରେ ଉପୁଜିଥିବା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି। ୟୁପି ବିଜେପି ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା।

ବୈଠକରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ପାର୍ଟି ତଥା ସମାଜର ବରିଷ୍ଠ ଲୋକଙ୍କୁ ଭେଟିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ଜାଣିବାକୁ ଉଦ୍ୟମ କରିବା ଲାଗି କହିଛନ୍ତି। ସେହିପରି ସ୍ୱାଧୀନତାର ଅମୃତ ମହୋତ୍ସବକୁ ଭିନ୍ନ ଭିନ୍ନ ପ୍ରକାରେ ପାଳନ ଲାଗି ସାଂସଦମାନଙ୍କ ପରାମର୍ଶ ମଧ୍ୟ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ।  ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ସାଂସଦମାନଙ୍କୁ ପୂର୍ଣ୍ଣ ସାମର୍ଥ୍ୟର ସହ ସହଯୋଗ ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟଯେ  ରାଜ୍ୟବାରୀ ବିଜେପି ସାଂସଦଙ୍କୁ ମୋଦିଙ୍କ ଏହା ଏପରି ଚତୁର୍ଥ ସାକ୍ଷାତ ଆଲୋଚନା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବୋତ୍ତର, ଦକ୍ଷିଣ ଭାରତୀୟ ରାଜ୍ୟ ଓ ମଧ୍ୟପ୍ରଦେଶ ବିଜେପି ସାଂସଦମାନଙ୍କ ସହ ଏହିପରି ସାକ୍ଷାତ ଆଲୋଚନା କରିଥିଲେ। ତେବେ ୟୁପି ସାଂସଦମାନଙ୍କ ସହ ଗୋଟିଏ ଥରରେ ସାକ୍ଷାତ ଆଲୋଚନା ହୋଇପାରିନଥିବାରୁ ହୁଏତ ଏଥିଲାଗି ଖୁବ୍ ଶୀଘ୍ର ଦ୍ୱିତୀୟ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି।

   Related Posts