ମାଙ୍କୁ ଭେଟି ଆଶିର୍ବାଦ ନେଲେ ମୋଦି, ଗୁଜରାଟ ବିଧାନସଭା ନିର୍ବାଚନରେ ସୋମବାର ଦେବେ ଭୋଟ

Published By : Prameya-News7 Bureau | December 04, 2022 IST

ଗାନ୍ଧିନଗର ୪।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏବେ ପଡଉଠ ହେଉଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରମତୀ ବିଧାନସଭା ନିର୍ବାଚନମଣ୍ଡଳିର ଭୋଟର। ଏଣୁ ସୋମବାର ପ୍ରଧାନମନ୍ତ୍ରୀ ବିଧାନସଭା ନିର୍ବାଚନ ଲାଗି ମତଦାନ କରିବେ। ଏଥିଲାଗି ରବିବାର ପ୍ରଧାନମନ୍ତ୍ରୀ ତାଙ୍କ ଘରକୁ ଯାଇଥିବା ବେଳେ ମାଙ୍କୁ ଭେଟିଛନ୍ତି।

{"id":717212,"width":840,"height":471,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ମାଙ୍କୁ ଘରେ ଭେଟିବା ଅବସରରେ ପାଦ ଛୁଇଁ ପ୍ରଣାମ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ କେବଳ ମାଙ୍କୁ ପ୍ରଣାମ କରି ନାହାନ୍ତି, ତାଙ୍କସହ ବସି ବେଶ୍ ସମୟ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ ନିଜ ଦଳର ବିଜୟ ପାଇଁ ମା ହୀରାବେନଙ୍କ ଠାରୁ ଆଶିର୍ବାଦ ନେଇଛନ୍ତି ମୋଦି। ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ପ୍ରଧାନମନ୍ତ୍ରୀ ଶନିବାର ଗୁଜରାଟରେ ଭୋଟ ପ୍ରଚାର କରିଥିଲେ।

{"id":717208,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ସାବରମତୀ ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିବାରୁ ରାଜ୍ୟରେ ରହି ମତଦାନକୁ ଅପେକ୍ଷା କରିଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ମତଦାନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ପ୍ରସ୍ତୁତି ସରିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୯୩ ସିଟ୍‌ ଲାଗି ଭୋଟ ଗ୍ରହଣ କରାଯିବ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ବିଜେପି  ମୋଟ ଆସନରୁ ୫୧ ସିଟ୍‌ରେ ବିଜୟୀ ହୋଇଥିଲା। ବାକି ଆସନରୁ କଂଗ୍ରେସ ୩୯ ଓ ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ଆସନରୁ ବିଜୟୀ ହୋଇଥିଲେ।

{"id":717211,"width":841,"height":472,"sizeSlug":"full","linkDestination":"none"}

ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ଆସନ ଲାଗି ୬୧ ରାଜନୈତିକ ଦଳର ୮୩୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏଥିରେ ୨୮୫ ଜଣ ନିର୍ଦଳୀୟ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଥିରେ ବିଜେପି ଓ ଆରବିନ୍ଦ୍ କେଜରୀୱାଲଙ୍କ ନେତୃତ୍ୱରେ ଆପ୍‌ ର ୯୩ ଜଣ ପ୍ରାର୍ଥୀ ହୋଇଛନ୍ତି। ତେବେ କଂଗ୍ରେସ ୯୦ଟି ଆସନରେ ନିର୍ବାଚନ ଲଢୁଛି। କଂଗ୍ରେସର ସହଯୋଗୀ ଏନସିପି ୩ଟି ଆସନରେ ପ୍ରାର୍ଥୀ ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.