ଆଜି ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ୪୪ତମ ସଂସ୍କରଣ ଜୀବନରେ ଖେଳକୁ ପ୍ରଧାନ୍ୟ ଦେବାକୁ ଦେଇଛନ୍ତି ଆହ୍ୱାନ
27/05/2018 at 9:29 AM

ପ୍ରଧାନମନ୍ତ୍ରୀ ମୋଦି ଆଜି ଲୋକପ୍ରିୟ ମନ କି ବାତ୍ କାର୍ଯ୍ୟକ୍ରମର ୪୪ତମ ସଂସ୍କରଣରେ ଦେଶବାସୀଙ୍କ ସହିତ ମନର କଥା ହୋଇଛନ୍ତି । କାର୍ଯ୍ୟକ୍ରମରେ ମୋଦି ଜଳବାୟୁ ପରିବର୍ତ୍ତନରେ ଭାରତର ଅଗ୍ରଣୀ ଭୂମିକାଠାରୁ ନେଇ ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ନିଜର ମନର କଥା ହୋଇଛନ୍ତି। କାର୍ଯ୍ୟକ୍ରମରେ ମୋଦି ଆଇଏନଏସଭି ତାରିଣୀରେ ନାବିକା ସାଗର ପରିକ୍ରମା କାର୍ଯ୍ୟକ୍ରମରେ ୨୫୦ ଦିନ ବିଶ୍ବକୁ ପରିକ୍ରମ କରିଥିବା ୬ ଜଣ ମହିଳାଙ୍କ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି। ଏଥିସହିତ ମିଶନ ସୂର୍ଯ୍ୟ କାର୍ଯ୍ୟକ୍ରମ ଯୋଜନାରେ ମହାରାଷ୍ଟ୍ରର ଆଦିବାସୀ ଯୁବକ ଏଭରେଷ୍ଚ ଶୃଙ୍ଗକୁ ଚଢିବାକୁ ମଧ୍ୟ ପ୍ରଶଂସା କରିଛନ୍ତି। ନିକଟରେ ସ୍ବଚ୍ଛ ଗଙ୍ଗା ଅଭିଯାନରେ ବିଏସଏଫର ଗୋଟିଏ ଦଳ ଏଭରେଷ୍ଟ ଯାଇ ସେଠାରେ ଅଳିଆ ସଫା କରିଥିବା କାମକୁ ମୋଦି ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ଦ୍ବରା ଫିଟନେସ ଚ୍ୟାଲେଞ୍ଜ ଅଭିଯାନରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଜୀବନରେ ଖେଳକୁ ପ୍ରଧାନ୍ୟ ଦେବାକୁ ମୋଦି ଦେଇଛନ୍ତି ଆହ୍ବାନ। ଏମିତି କିଛି ଖେଳ ବିଲୁପ୍ତପ୍ରାୟ ଅବସ୍ଥାକୁ ନେଇ ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମୋଦି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବହରଲାଲ ନେହେରୁ, ବୀର ସାୱରକରଙ୍କୁ ମନେ ପକାଇଛନ୍ତି। ଏଥିସହିତ ଇଦ୍ ପାଇଁ ମୋଦି ଅଭିନନ୍ଦନ ଜଣାଇଛନ୍ତି।