'ମନ୍ କୀ ବାତ'ରେ କୃଷି ଆଇନ ବାବଦରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- 'ଏହା କୃଷକଙ୍କ ସମସ୍ୟା ଦୂର କରିବ'

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ, ୨୯୧୧ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଶୀଘ୍ର କାନାଡାରୁ ଅନ୍ନାପୂର୍ଣ୍ଣାଙ୍କ ମୂର୍ତ୍ତି ଫେରାଇ ଅଣାଯିବ ବୋଲି ସେ କହିଛନ୍ତି ।

ମୋଦୀ କହିଛନ୍ତି ଯେ, କାନାଡାରୁ ଅନ୍ନପୂର୍ଣ୍ଣା ମୂର୍ତ୍ତି ଫେରାଇ ଆଣିବା ଏକ ଖୁସିର କଥା । କାଶୀ ସହ ମାଆ ଅନ୍ନପୂର୍ଣ୍ଣାଙ୍କ ସ୍ୱତନ୍ତ୍ର ସମ୍ପର୍କ ରହିଛି । କିଛି ଦିନ ପୂର୍ବରୁ ବିଶ୍ୱ ହେରିଟେଜ୍ ସପ୍ତାହ ପାଳନ ହୋଇଥିଲା । ଏବେ ଦେଶର ଅନେକ ପାଠାଗାର ଓ ସଂଗ୍ରହାଳୟକୁ ଡିଜିଟାଲ କରାଯାଉଛି । ଦିଲ୍ଲୀର ରାଷ୍ଟ୍ରୀୟ ସଂଗ୍ରହାଳୟ ମଧ୍ୟ ଏଦିଗରେ କାମ କରୁଛି ।

ସେ ଆହୁରି କହିଛନ୍ତି ଯେ, ନଭେମ୍ବର ୧୨ରେ ଡାକ୍ତର ସଲ୍ଲିମ ଅଲ୍ଲୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ । ପକ୍ଷୀ ଦୁନିଆରେ ତାଙ୍କର ଅବଦାନ ଅତୁଳନୀୟ । ଭାରତରେ ଏବେ ବହୁତ ଓ୍ୱାର୍ଡ ଓ୍ୱାଚିଂ ସୋସାଇଟି ସକ୍ରିୟ ରହିଛନ୍ତି । ଏହି ବିଷୟ ସହ ଯୋଡିହେବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଛନ୍ତି । ଏହାସହ ନଭେମ୍ବର ୩୦ରେ ଗୁରୁ ନାନକ ଜୟନ୍ତୀ ଅବସରରେ ଦେଶ ୫୫୧ ତମ ପ୍ରକାଶ ପର୍ବ ପାଳନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଆଇନ କୃଷକଙ୍କ ପାଇଁ ଏକ ନୂଆ ରାସ୍ତା ଖୋଲିଛି । ଅନେକ ଆଲୋଚନା ପରେ ଏହି ଆଇନ ପ୍ରଣୟନ କରାଯାଇଛି । ଏଥିରେ କୃଷକମାନେ ସେମାନଙ୍କ ଅଧିକାର ପାଇବେ । କରୋନା ଭାକସିନ ବାବଦରେ ମୋଦୀ କହିଛନ୍ତି ଯେ, ସାରା ବିଶ୍ୱରେ ଭାଇରସର ମୁକାବିଲା ପାଇଁ ଭାକସିନ୍ ପ୍ରସ୍ତୁତି ଉପରେ ଜୋର୍ ଦିଆଯାଉଛି । ଭାରତ ସମେତ ଅନ୍ୟ ଦେଶ ଭାକସିନ ଟ୍ରାଏଲର ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶନିବାର ଦେଶର ତିନୋଟି ଲ୍ୟାବ୍ ଗସ୍ତ କରି କରୋନା ଭାକସିନ୍ ପ୍ରସ୍ତୁତି ଦେଖିବା ସହ ସମୀକ୍ଷା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.