ସୋମବାର ଲଞ୍ଚ ହେବ ଡିଜିଟାଲ୍‌ ସଲ୍ୟୁସନ୍‌ e-RUPI, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

Published By : Prameya-News7 Bureau | August 01, 2021 IST

ନୂଆଦିଲ୍ଲୀ ୦୧।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ରେ e-RUPIର ଲଞ୍ଚ କରିବେ । ପ୍ରଧାମନ୍ତ୍ରୀ ଏହାକୁ ଭିଡିଓ କନ୍‌ଫରେନ୍ସି ଜରିଆରେ ଲଞ୍ଚ କରିବେ । e-RUPI ଏକ ପ୍ରିପେଡ଼ ଇ-ଭାଇଚର ଅଟେ । ଯାହାକୁ NPCI ବିକଶିତ କରିଛି । ଏଥିରେ କ୍ୟାସ୍‌ଲେସ୍‌ ଏବଂ କଣ୍ଟାକଲେସ୍‌ ପେମେଣ୍ଟ ହେବ ।

e-RUPI ଏକ QR କୋଡ୍ କିମ୍ବା SMS ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍ ଅଟେ । ଯାହା ହିତାଧିକାରୀଙ୍କ ମୋବାଇଲକୁ ପଠାଯାଇଥାଏ ।ଏହି ଓ୍ୱାନ୍‌ ଟାଇମ୍‌ ପେମେଣ୍ଟ ମେକାନିଜମର ଉପଭୋକ୍ତା, ସେବା ପ୍ରଦାନକାରୀଙ୍କ କାର୍ଡ,  ଡିଜିଟାଲ ପେମେଣ୍ଟ ଆପ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗକୁ ଅନୁମତି ନକରି ସେବା ପ୍ରଦାନକାରୀଙ୍କ ନିକଟରେ ଭାଉଚର ରିଡିମ୍‌ କରିବାକୁ ସକ୍ଷମ ହେବ। ଦେଶର ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସହଯୋଗରେ ଏହାକୁ  ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ପ୍ଲାଟଫର୍ମରେ NPCI ଦ୍ୱାରା ଏହାକୁ ବିକଶିତ କରାଯାଇଛି |

ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଏକ ରିୟଲ ଟାଇମ ପେମଣ୍ଟ ସିଷ୍ଟମ ଅଟେ । ଯାହା ମୋବାଇ ଆପ୍‌ ମାଧ୍ୟମରେ ସିଧା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇପାରିବ । ଖାସ୍‌ କଥା ହେଉଛି କି e-RUPI ବି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI)  ପ୍ଲାଟଫର୍ମ ପରି ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହାକୁ ରିଡିମ୍‌ କରିବା ପାଇଁ ମୋବାଇଲ୍‌ ଆପ୍‌ର ଆବଶ୍ୟକ ନାହିଁ ।  ବିନା ଆପ୍‌ରେ ଟଙ୍କା ଟ୍ରାନ୍‌ସଫର୍ମ ହୋଇପାରିବ ।

ସେହିପରି ଏହାର ବ୍ୟବହାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ କରାଯାଇପାରିବ । ଘରୋଇ ଅଫିସମାନେ ନିଜ କର୍ମଚାରୀଙ୍କ କଲ୍ୟାଣ ଓ ସିଏସ୍‌ଆର୍‌ କାର୍ଯ୍ୟକ୍ରମରେ ଏହି ଡିଜିଟାଲ୍‌ ଭାଉଚର ଲାଭ ଉଠାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.