ମଦୁରାଇରେ ଏମ୍‌ସ ଶାଖାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | January 27, 2019 IST

ମଦୁରାଇ ୨୭|୧: ଦକ୍ଷିଣ ଓଡ଼ିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ନବୀନ, ସେପଟେ ଦକ୍ଷିଣ ଭାରତରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ତାମିଲନାଡୁ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମଦୁରାଇର ଏମ୍ ସ ଶାଖାର ଶିଳାନ୍ୟାସ କରିଛନ୍ତି । ନୂଆ ଏମସ ବାବଦରେ ପୂର୍ବରୁ ବଜେଟରେ ଘୋଷଣା କରାଯାଇଥିବା ବେଳେ ଡିସେମ୍ବର ମାସରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଶିଳାନ୍ୟାସ ସମୟରେ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ ଉପସ୍ଥିତ ମଧ୍ୟ ଥିଲେ । ଏଥିସହିତ ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ମୋଦି ତାମିଲନାଡୁ ପାଇଁ କେନ୍ଦ୍ର କଣ କରିଛି ତାର ହିସାବ ଥୋଇଥିଲେ । ତାମିଲନାଡୁ ରାଜନୀତିରେ ପଟ୍ଟ ପରିବର୍ତ୍ତନ ସହିତ ବିଜେପି ମଧ୍ୟ ସେଠାରେ ତାର ବଡ଼ ଆଶା ରଖିଛି ।   ସେପଟେ କିନ୍ତୁ ମୋଦିଙ୍କ ଗସ୍ତକୁ ବିରୋଧ କରି ଥିଲା ଏମଡିଏମକେ। କଳାବେଲୁନ ଛାଡ଼ି ଭାଇକୋ ଓ ଏମଡିଏମକେ କର୍ମୀ ମୋଦିଙ୍କୁ ବିରୋଧ କରିଥିଲେ । ଏହାପରେ ମୋଦି ଆଜି ମଧ୍ୟ କେରଳ ଯାଇ ସେଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ସଂପ୍ରସାରଣର ଉଦଘାଟନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.