'ଅତୀତରୁ ଶିକ୍ଷା ନେଇ ଆମ ମହାନ ପରମ୍ପରାକୁ ଆଗକୁ ବଢାଇବୁ', ରାମଦାସ ମନ୍ଦିରର ଭୂମିପୂଜା କଲେ ପିଏମ୍ ମୋଦୀ

Published By : Prameya-News7 Bureau | August 12, 2023 IST

ଇନ୍ଦୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଏଠାରେ ସେ ୧୪ଶହ ଶତାବ୍ଦୀର ରହସ୍ୟବାଦୀ କବି ତଥା ସମାଜ ସଂସ୍କାରକ ସନ୍ଥ ରବିଦାସଙ୍କୁ ସମର୍ପିତ ୧୦୦ କୋଟି ଟଙ୍କାର ମନ୍ଦିରର ଭୂମିପୂଜା କରିଛନ୍ତି । ଏହାସହ ସାଗରରେ ଶହ ଶହ କୋଟି ଟଙ୍କାର ବହୁ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି ।

wp:html /wp:html

ମଧ୍ୟ ପ୍ରଦେଶରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାର ଅଛି । ଗତ ଏକ ମାସ ମଧ୍ୟରେ ବିଜେପି ଶାସିତ ଏହି ରାଜ୍ୟକୁ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ଗସ୍ତ କରିଛନ୍ତି । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଲୋକଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଗରର ଏହି ମାଟି, ସନ୍ଥଙ୍କ ସାନିଧ୍ୟ, ସନ୍ଥ ରବିଦାସଙ୍କ ଆଶୀର୍ବାଦ ଏବଂ ପ୍ରତିକୋଣରୁ ଏତେ ବଡ଼ ସଂଖ୍ୟାରେ ଲୋକେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଦେଶର ଏହି ସଂସ୍କୃତିକୁ ଅଧିକ ସମୃଦ୍ଧ କରିବା ପାଇଁ ଆଜି ଏଠାରେ ସନ୍ଥ ରବିଦାସ ସ୍ମାରକ ଏବଂ କଳା ସଂଗ୍ରହାଳୟର ଶିଳାନ୍ୟାସ ହୋଇଛି । ସନ୍ଥଙ୍କ କୃପାରୁ କିଛି ସମୟ ପୂର୍ବରୁ ଏହି ପବିତ୍ର ସ୍ମାରକର ଭୂମିପୂଜା କରିବାର ସୁଯୋଗ ମିଳିଲା ।

ପଢନ୍ତୁ: ଲୋକସଭାରୁ ସସପେଣ୍ଡ ପରେ ଅଧୀର ରଞ୍ଜନଙ୍କ ପାଲଟା ଆକ୍ରମଣ, କହିଲେ ଆବଶ୍ୟକ ପଡ଼ିଲେ…

ପିଏମ୍ ମୋଦୀ କହିଛନ୍ତି, 'ମୁଁ କାଶୀର ସାଂସଦ ଏଥିପାଇଁ ଏହା ମୋର ଖୁସିକୁ ଦ୍ୱିଗୁଣିତ କରିଛି । ପୂଜ୍ୟ ସନ୍ଥ ରବିଦାସ ଜୀଙ୍କ ଆଶୀର୍ବାଦରୁ ମୁଁ ଭରସା ଦେବାକୁ ଚାହୁଁଛି ଯେ ଆଜି ମୁଁ ଶିଳାନ୍ୟାସ କରିଛି ଏବଂ ବର୍ଷେ-ଦେଢ ବର୍ଷ ପରେ ଯେତେବେଳେ ମନ୍ଦିର ନିର୍ମାଣ ହୋଇଯିବ, ସେତେବେଳେ ଲୋକାର୍ପଣ ପାଇଁ ମଧ୍ୟ ଆସିବି । ସନ୍ଥ ରାମଦାସ ମୋତେ ଏଠାକୁ ଆସିବାର ସୁଯୋଗ ଦେବାକୁ ଯାଉଛନ୍ତି । ବନାରସରେ ସନ୍ଥ ରବିଦାସ ଜୀଙ୍କ ଜନ୍ମସ୍ଥଳୀକୁ ଯିବାର ଅନେକ ଥର ସୌଭାଗ୍ୟ ମିଳିଛି ଏବଂ ଆଜି ଆପଣମାନଙ୍କ ଆଶୀର୍ବାଦକୁ ମୁଁ ଏଠାରେ ଅଛି' ।

wp:html /wp:html

ପିଏମ୍ ମୋଦୀ କହିଛନ୍ତି, 'ସନ୍ଥ ରବିଦାସ ସ୍ମାରକ ଏବଂ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ଏପରି ଏକ ସମୟରେ ହୋଇଛି, ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଆସନ୍ତା ୨୫ ବର୍ଷର ଅମୃତକାଳ ଆମ ସାମନାରେ ରହିଛି । ଅମୃତକାଳରେ ଆମ ଦାୟିତ୍ୱ ଯେ ଆମେ ଆମ ଐତିହ୍ୟ ଏବଂ ଆମ ମହାନ ସଂସ୍କୃତିକୁ ଆଗକୁ ବଢାଇବା ଏବଂ ନିଜ ଅତୀତରୁ ଶିକ୍ଷା ଲାଭ କରିବା । ଏକ ରାଷ୍ଟ୍ର ରୂପେ ଆମ ହଜାର ହଜାର ବର୍ଷର ଯାତ୍ରା କରିଛୁ । ଏତେ ଲାମ୍ୱା ସମୟରେ ସମାଜରେ କିଛି ଖରାପ ଆସିବା ସ୍ୱାଭାବିକ । ଏହା ଭାରତୀୟ ସମାଜର ଶକ୍ତି ଯେ, ଏହି ସବୁ କୁପ୍ରଥାକୁ ଦୂର କରିବା ପାଇଁ ସମୟ ସମୟରେ ଅନେକ ମହାପୁରୁଷ, ସନ୍ଥ ଏହି ସମାଜରୁ ବାହାରିଛନ୍ତି '।

Also Read: ସର୍ଜିକାଲ ଷ୍ଟ୍ରାଇକ୍‌ରେ ହିଁ ଦୂର ହେବ ମଣିପୁର ସମସ୍ୟା: ବିଜେପି ସହଯୋଗୀ ଦଳର କେନ୍ଦ୍ରକୁ ଦାବି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.