suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ୧୫୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ ଏବଂ ଶିଳାନ୍ୟାସ

15/01/2019 at 10:56 AM

ବଲାଙ୍ଗିର ୧୫|୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ପଶ୍ଚିମ ଓଡିଶା । ଦିନିକିଆ ବଲାଙ୍ଗିର ଗସ୍ତରେ ଆସି ମୋଦି ୧୫୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ  ଭବ୍ୟ ସ୍ବାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ।

ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବଲାଙ୍ଗିର ବିଛୁପାଲିକୁ ନୂଆ ରେଳ ଲାଇନ୍ ଶୁଭାରମ୍ଭ କରିଛନ୍ତି । ୧୦୦ କୋଟି ଟଙ୍କା ବିନିଯୋଗରେ ଝାରସୁଗୁଡାଠାରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କକୁ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ୬ଟି ସହରରେ ପାସପୋର୍ଟ ସେବା ଉଦଘାଟନ କରିଛନ୍ତି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ପଥରଚେପାଠାରେ ଆୟୋଜିତ ଦଳୀୟ ସମାବେଶରେ ଯୋଗଦେବେ ।

   Related Posts