ଆୟୁଷ୍ମାନ ଭାରତ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
23/09/2018 at 6:32 PM

ଝାରଖଣ୍ଡ ୨୩/୯ : ଆୟୁଷ୍ମାନ ଭାରତ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଞ୍ଚିରେ ଏଥିପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରରେ ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଦେଶର ଏକ ସ୍ବାସ୍ଥ୍ୟ ବିପ୍ଳବ ଆରମ୍ଭ ହେବାକୁ ଯାଉଛି ବୋଲି କହିଥିଲେ । ତେବେ ଏହି କାର୍ଯ୍ୟକ୍ରମରୁ ନିଜକୁ ବାଦ ରଖିଛି ଓଡ଼ିଶା। ତେବେ ଏଠାରେ ଏହାକୁ ନେଇ ରାଜନୀତି କିଛି କମ ନାହିଁ।
ପିଏମ ଜୟ । ପ୍ରଧାନମନ୍ତ୍ରୀ ନିଜ ମୁହଁରେ ନିଜର ଜୟ ପୁଣି କଣ। କଥା ହେଉଛି ଏ ହେଉଛି ମୋଦି କେୟାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ଲାଗ୍ସିପ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଏହା ହେଉଛି ସର୍ଟକଟ। Pradhan Mantri Jan Arogya Abhiyan ବା PMJAY। ଯାହାର ଲୋକାର୍ପଣ ଆଜି କରିଛନ୍ତି ମୋଦି । ଝାଡ଼ଖଣ୍ଡରେ ଏକ ବିରାଟ କାର୍ଯ୍ୟକ୍ରମରେ ଏହି ସ୍ବାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହୋଇଛି । ଯେଉଁଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ଏବଂ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବାବଦରେ ମୋଦି ଟିକିନିଖି ପ୍ରଥମେ ବୁଝିଥିଲେ । ୩୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି କାର୍ଯ୍ୟକ୍ରମରୁ ଆପଣାଇନେଇଛନ୍ତି । ୧୪ଟି ରାଜ୍ୟ ବୁଝାମଣା ସ୍ବାକ୍ଷର କରିସାରିଛନ୍ତି।
ଦେଶର ୧୦ କୋଟି ପରିବାର ପ୍ରାୟ ୫୦ କୋଟି ଲୋକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଝାଡ଼ଖଣ୍ଡ ସରକାର କେନ୍ଦକୁ ଅପିଲ କରିଛନ୍ତି ଯେ ରାଜ୍ୟର ସମସ୍ତ ଲୋକଙ୍କୁ ଏଥିରେ ସାମିଲ କରାଯାଉ । ସେପଟେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନାହିଁ ଓଡ଼ିଶା । ଓଡ଼ିଶା ସମେତ ପଂଜାବ, କେରଳ, ଦିଲ୍ଲୀ, ତେଲେଙ୍ଗାନା ଏହି କାର୍ଯ୍ୟକ୍ରମକୁ ଆପଣାଇନାହାନ୍ତି । ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ବି ସାମିଲ ହେବା ଲାଗି ଆହ୍ବାନ ଦେଇଥିଲେ । ତେବେ ଓଡ଼ିଶା ସରକାର ପୂର୍ବରୁ କହିସାରିଛନ୍ତି ଯେ ଓଡ଼ିଶାରେ ବହୁ ସଂଖ୍ୟାରେ ଲୋକ ଏଥିରୁ ବାଦ୍ ପଡ଼ିଯାଉଛନ୍ତି । ଯେଉଁମାନଙ୍କୁ ସାମିଲ କରିବା ଲାଗି ଓଡ଼ିଶା ସରକାର ନିଜସ୍ବ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।