ସ୍ୱଚ୍ଛ ଭାରତ ମିଶନ ୨.୦ ଶୁଭାରମ୍ଭ, ଦେଶର ପ୍ରତି ସହରକୁ ଦିଆଯିବ ବିଶୁଦ୍ଧ ପାଣି

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ ୧୦/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ମିଶନ ଅନ୍ୟତମ । ଆଜି ଏହାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀରେ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 2014 ମସିହାରେ ଦେଶବାସୀ ଭାରତକୁ ଖୋଲା ମଳରୁ ମୁକ୍ତ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହା ଅଧୀନରେ ୧୦କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ 'ସ୍ୱଚ୍ଛ ଭାରତ ମିଶନ-ସହରୀ ୨.୦ର ଲକ୍ଷ୍ୟ ହେଉଛି ଏକ ଅଳିଆ ମୁକ୍ତ ସହର । ଅର୍ଥାତ୍ ସହରକୁ ସମ୍ପୂର୍ଣ୍ଣ ଅଳିଆ ମୁକ୍ତ କରିବା । ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ AMRUT 2.0 ସହରଗୁଡ଼ିକୁ ବର୍ଜ୍ୟବସ୍ତୁ ମୁକ୍ତ କରିବା ସହ ବିଶୁଦ୍ଧ ଜଳ ଯୋଗାଣ ନେଇ କୁହାଯାଇଛି । ଦେଶର ପ୍ରତି ସହରକୁ ବିଶୁଦ୍ଧ ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି ।

wp:html /wp:html

ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ପୁରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇପାରି ନାହିଁ । କାରଣ ଏହା ଅଧୀନରେ ଲକ୍ଷ ଲକ୍ଷ ଶୌଚାଳୟ ଏବଂ ୭୦ ପ୍ରତିଶତ ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଏକ ଜନ ଆନ୍ଦୋଳନ କରିଥିବାରୁ ଏହି ଆନ୍ଦୋଳନ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.