ଜାପାନରେ ପ୍ରଧାନମନ୍ତ୍ରୀ କରିବେ ମାରାଥନ ବୈଠକ, ୪୦ ଘଣ୍ଟାରେ ୩୦ ମିଟିଂ, ଦୁନିଆର ତିନି ବଡ଼ ନେତାଙ୍କୁ ଭେଟିବେ

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ: କ୍ୱାଡ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ପୂରା କାର୍ଯ୍ୟାକ୍ରମର ସୂଚୀ ସାମନାକୁ ଆସିଛି। ପ୍ରଧାନମନ୍ତ୍ରୀ ଜାପାନରେ ପ୍ରାୟ ୪୦ ଘଣ୍ଟା ରହିବେ ଏବଂ ଏହି ଚାଳିଶି ଘଣ୍ଟାରେ ପିଏମ ତିନି ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ୨୩ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। କେବଳ ଏତିକି ନୁହେଁ, ନିଜ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନାରେ ଥିବା ଭାରତୀୟ ବଂଶଦ୍ଭୋବଙ୍କୁ ମଧ୍ୟ ସମ୍ୱୋଧିତ କରିବେ। ମେ ୨୪ରେ କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଟୋକିଓ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ, ଆମେରିକାର, ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ପିଏମ ମୋଦୀଙ୍କ ଜାପାନ ଗସ୍ତ ବାବଦରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି, ‘ଟୋକିଓରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କର ଜାପାନ ସମକକ୍ଷ ଫୁମିଓ କିଶିଦାଙ୍କ ସହ ବାଣିଜ୍ୟ ଏବଂ ନିବେଶ ସହ ସ୍ୱଚ୍ଛ ଉର୍ଜା ଏବଂ ପୂର୍ବୋତ୍ତର ସହ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବା ଉପରେ ଚର୍ଚ୍ଚା କରିବେ’। ପ୍ରଧାନମନ୍ତ୍ରୀ ନିଜର ଏହି ଗସ୍ତରେ ଜାପାନର ୩୦ରୁ ଅଧିକ ସିଇଓଙ୍କ ଭେଟି ଆଲୋଚନା କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.