ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏବେ ଲକ୍ଷ୍ୟ ହାସଲ ଦିଗରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ୨୫ବର୍ଷ ଧରି ଅଟକି ଥିବା କାମକୁ ୨୦୧୫ରେ ତ୍ବରାନ୍ବିତ କରାଇଥିଲେ ମୋଦି

Published By : Prameya-News7 Bureau | January 24, 2020 IST

ନୂଆଦିଲ୍ଲୀ ୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପାଇଁ ବୁଧବାର ବୈଠକ ଡକାଇଥିଲେ । ‘ପ୍ରଗତି’ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ରେଳବାଇର ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ଷ୍ଟାଟସ ରିପୋର୍ଟରେ ବେଶ୍ ପ୍ରଭାବିତ ହୋଇଥିଲେ । ଓଡିଶା ରେଳବାଇ ଖୁବ୍ ଶୀଘ୍ର ଏକ ମାଇଲ ଖୁଣ୍ଟ ହାସଲ କରିବାକୁ ଯାଉଛି । ଏହି ପ୍ରକଳ୍ପ ଗତ ୨୫ବର୍ଷ ତଥା ୧୯୯୫ରୁ ଅଟକି ରହିଥିଲା । ମାତ୍ର ଏବେ ଏହି ପ୍ରକଳ୍ପ ଅଗ୍ରଗତି କରୁଛି ।

୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନଜର ଏହି ରେଳ ପ୍ରକଳ୍ପ ଉପରେ ପଡିଥିଲେ । ସେହି ସମୟରେ ମୋଦି ଏହାର ଷ୍ଟାଟସ୍ ରିପୋର୍ଟକୁ ନେଇ ବିରକ୍ତି ପ୍ରକାଶ କରିଥିଲେ । ପିଏମଓର ଅଧିକାରୀଙ୍କୁ ମୋଦି କହିଥିଲେ ଯେ, ଏହି ଅଞ୍ଚଳର ଲୋକମାନଙ୍କୁ ସରକାରୀ ସୁବିଧାର ଆବଶ୍ୟକତା ରହିଛି । ଏହା ଅନ୍ୟ ଅଞ୍ଚଳ ଅପେକ୍ଷା ବେଶ୍ ପଛୁଆ ରହିଛି । ଏହି ଅଞ୍ଚଳର ଲୋରଙ୍କୁ ରେଲଓ୍ବେ ସୁବିଧାର ନିତାନ୍ତ ଆବଶ୍ୟକତା ରହିଛି । ତେଣୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଏହି ରେଲଓ୍ବେ ପ୍ରୋଜକ୍ଟକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି । ଯଦି ୨୦୦୦ ମସିହାରେ ଏହି ପ୍ରୋଜେକ୍ଟର କାମ ସରିଯାଇଥାନ୍ତା ତେବେ ଏଥିପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ କମ୍ ହୋଇଥାନ୍ତା । ପୂର୍ବ ଭାରତର ଲୋକଙ୍କୁ ଏହାର ସୁବିଧା ମଧ୍ୟ ମିଳିଥାନ୍ତା ।

ସୂତ୍ର ଅନୁସାରେ ଷ୍ଟାଟସ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ରେଲଓ୍ବେ ଟ୍ରାକ୍ ର ନିର୍ମାଣ କାର୍ଯ୍ୟ ଠିକ୍ ଗତିରେ ଚାଲିଛି । ଧାର୍ଯ୍ୟ ସମୟ ମଧ୍ୟରେ ଏହାର କାର୍ଯ୍ୟ ଶେଷ ମଧ୍ୟ ହୋଇଯିବ । ପିଏମଓ ଅଧିକାରୀଙ୍କ କହିବା ଅନୁସାରେ ଖୋର୍ଦ୍ଧା-ବଲାଙ୍ଗୀର ରେଲଓ୍ବେ ଲାଇନ୍ ର ଷ୍ଟାଟସ ରିପୋର୍ଟ ପ୍ରମାଣିତ କରୁଛି ଯେ, ପ୍ରଗତି ପ୍ଲାଟଫର୍ମରେ ଅନ୍ୟ ଯୋଜନା ମଧ୍ୟ ସୂଚାରୁରୂପେ ସମ୍ପାଦିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.