ନୂଆ ଆବାସିକ ବିଲ୍ଡିଂର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ଏହା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସ୍ବପ୍ନର ବିସ୍ତାର
28/03/2023 at 9:24 PM

ନୂଆଦିଲ୍ଲୀ, ୨୮/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ନୂଆ ଆବାସିକ ବିଲ୍ଡିଂର ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନ ସମାରୋହ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ କରାଯାଇଥିଲା। ଏହା ସହ ଅଡିଟୋରିୟମ ମଧ୍ୟ ଉଦ୍ଘାଟନ କରାଯାଇଥିଲା। ଆବାସିକ ପରିସରର ଉଦ୍ଘାଟନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ତିଆରି କରିଥିବା ଶ୍ରମିକଙ୍କ ସହ ସାକ୍ଷାତକାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କ ସହ ଅନେକ ବଡ଼ ନେତା ଉପସ୍ଥିତ ଥିଲେ।
ବିଜେପି ମୁଖ୍ୟାଳୟରେ ସମ୍ନାରେ ତିଆରି ହୋଇଥିବା ଏହି ଆବାସିକ ପରିସରର ବ୍ୟବହାର ପାର୍ଟୀର ପଦାଧିକାରୀମାନେ କରିବେ। ମହାସଚିବ ଏବଂ ମନ୍ତ୍ରୀ ସ୍ତରର ନେତାଙ୍କ ରହିବାର ବ୍ୟବସ୍ଥା ହେବ। ସେହିପରି ଅଡିଟୋରିୟମର କ୍ଷମତା ୧୦୦୦ ଲୋକଙ୍କ ଠାରୁ ଅଧିକ ରହିଛି। ଯାହାକୁ ପାର୍ଟୀର ବଡ଼ ବୈଠକ ପାଇଁ ଏହାର ବ୍ୟବହାର କରାଯିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟର ବିସ୍ତାର ପାଇଁ ବିଜେପିର ସବୁ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ ପିଏମ ମୋଦୀ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଏବଂ ପରିବାର ପରିଚାଳିତ ପାର୍ଟୀ ବୋଲି କହିଛନ୍ତି। ଏହା ସହ ସେ ଏହା ମଧ୍ୟ କହିଛନ୍ତି ଯେ ଏଭଳି ପାର୍ଟୀ ମଧ୍ୟରେ ବିଜେପି ଯୁବକଙ୍କୁ ଆଗକୁ ବଢ଼ିବାକୁ ଅବସର ଦେଉଛି। ସେ ବିଜେପିକୁ ଏକମାତ୍ର ପାନ୍ ଇଣ୍ଡିଆ ପାର୍ଟୀ କହିଛନ୍ତି।