ମୁମ୍ବାଇରେ ଦୁଇ ନୂଆ ମେଟ୍ରୋ ଲାଇନ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଅନ୍ୟ ପ୍ରକଳ୍ପର ମଧ୍ୟ କଲେ ଘୋଷଣା

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଲୀ, ୧୯/୦୧: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଦୁଇ ନୂଆ ମେଟ୍ରୋ ଲାଇନ୍‌ର ଉଦ୍‌ଘାଟନ କରିଛନ୍ତି। ୧୨, ୬୦୦ କୋଟିରେ ତିଆରି ହୋଇଛି ମେଟ୍ରୋ ଲାଇନ୍ ୨ଏ ଏବଂ ଲାଇନ ୭। ଏହି ମୁମ୍ବାଇ ମେଟ୍ରୋ ୨୦ ତାରିଖ ସନ୍ଧ୍ୟା ୪ ଟାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ର ପାଇଁ ୩୮ ହଜାର କୋଟି ଅନ୍ୟାନ୍ୟ ପ୍ରୋଜେକ୍ଟର ମଧ୍ୟ ଘୋଷଣା କରିଛନ୍ତି।

୨ ଏ ମେଟ୍ରୋ ଲାଇନ୍ ଅନ୍ଧେରୀ ଓ୍ବେଷ୍ଟର ଦହିସାର ଇଷ୍ଟ ଏବଂ ଡିଏନ ନଗର ଅନ୍ଧେରୀ ମଧ୍ୟରେ ଚାଲିବ ଏବଂ ଅନ୍ଧେରୀ ଓ୍ବେଷ୍ଟରୁ ଭଲାନୀ ମଧ୍ୟରେ ଚାଲିବ। ଏହା ୮ ଷ୍ଟେସନକୁ ଯୋଡ଼ିବ। ଏହା ବ୍ୟତୀତ ଅନ୍ଧେରୀ ଇଷ୍ଟ ଏବଂ ଦହିସାର ଇଷ୍ଟ ମଧ୍ୟରେ ଥିବା ପ୍ରାୟ ୧୬.୫ କିଲୋମିଟର ଦୂରତା ମେଟ୍ରୋ ଲାଇନ୍ ୭ ଦ୍ବାରା ଅତିକ୍ରମ କରିହେବ।

ଏହି ନୂଆ ମେଟ୍ରୋ ଦ୍ବାରା ପ୍ରାୟ ପ୍ରତିଦିନ ତିନିରୁ ଚାରି ଲକ୍ଷ ଯାତ୍ରୀଙ୍କ ଯାତାୟତ ହେବା ନେଇ ଅନୁମାନ କରାଯାଉଛି। ଏହା ଫଳରେ ଅନେକାଂଶରେ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ମିଳିବ ଏବଂ ୩୦ ରୁ ୫୦ ପ୍ରତିଶତ ସମୟ ବଞ୍ଚିବ। ଏଥିରେ ପ୍ରତି କୋଚ୍‌ରେ ୩୮୦ ପାସେଞ୍ଜର ଯାତ୍ରା କରିପାରିବେ ଏହା ୭୦ କେଏମପିଏଚ ବେଗରେ ଯାଇପାରିବ। ମହିଳାଙ୍କ ପାଇଁ ସ୍ବତନ୍ତ୍ର କୋଚ୍‌ର ବ୍ୟବସ୍ଥା ହୋଇଛି।  ସୂଚନାଯୋଗ୍ୟ, ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.