ଉତ୍ତରାଖଣ୍ଡରେ ‘ନମାମୀ ଗଙ୍ଗେ’ ମିଶନକୁ ଉଦଘାଟନ କଲେ ପିଏମ ମୋଦି
29/09/2020 at 11:57 AM

ନୂଆଦିଲ୍ଲୀ ୨୯/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ପରେ ଏବେ ଉତ୍ତରାଖଣ୍ଡବାସୀଙ୍କୁ ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଇଛନ୍ତି। ସେ ଆଜି (ମଙ୍ଗଳବାର) ନମାମି ଗଙ୍ଗା ଯୋଜନାର ଲୋକାର୍ପଣ କରିଛନ୍ତି। ଏହା ସହ ସେ ୬ଟି ମେଗା ପ୍ରୋଜେକ୍ଟ ମଧ୍ୟ ଲୋକାର୍ପଣ କରିଛନ୍ତି। ପିଏମ ମୋଦି ଭର୍ଚୁଆଲ ତରିକାରେ ଏହାକୁ ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଧ୍ୟ ସାମିଲ ହୋଇଛନ୍ତି। ଏହା ସହ କ୍ୟାବିନେଟ୍ ମନ୍ତ୍ରୀ ସତପାଲ ମହାରାଜ ଓ ମଦନ କୌଶିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ତରିକାରେ ଯୋଡି ହୋଇଛନ୍ତି।
ଏହି ଯୋଜନାରେ ଜଳ ନିଷ୍କାସନ ପ୍ଲାଣ୍ଟ୍ ସାମିଲ ଅଛି। ଏହା ସହ ଏକ ମ୍ୟୁଜିୟମକଚ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି ମ୍ୟୁଜିୟମ ହରିଦ୍ବାର ଗଙ୍ଗା କୂଳରୁ ଚାନ୍ଦିନୀ ଘାଟରେ ଅବସ୍ଥିତ। ତେବେ ନମାମୀ ଗଙ୍ଗା ମିଶନ ବାବଦରେ ମୋଦି ତାଙ୍କ ଟ୍ବିଟ୍ ପେଜରେ ପୂର୍ବରୁ ସୂଚନା ଦେଇଥିଲେ। ହରିଦ୍ବାରା, ଋଷିକେଶ ଓ ବଦ୍ରୀନାଥ ସମେତ କିଛି ସହରର ୬ଟି ବଡ ଯୋଜନାକୁ ଉଦଘାଟନ କରାଯାଇଛି।