Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କାଶୀ-ତାମିଲନାଡୁ ଏକ, ଦୁହେଁ ଶିବମୟ ଏବଂ ଶକ୍ତିମୟ: ପିଏମ ମୋଦୀ

19/11/2022 at 4:39 PM

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀରେ ପହଞ୍ଚି କାଶୀର ବିକାଶରେ ତାମିଲନାଡୁର ଯୋଗଦାନ ବିଷୟରେ ଉଲ୍ଲେଖ କରିଛନ୍ତି । ଏକ ମାସ ଯାଏଁ ଚାଲିବାକୁ ଥିବା କାଶୀ ତାମିଲ ସଙ୍ଗମମ କାର୍ଯ୍ୟକ୍ରମର ଉଦଘାଟନ କରିବା ପରେ ପିଏମ ମୋଦୀ କାଶୀ ଏବଂ ତାମିଲରୁ ଆସିଥିବା ଲୋକଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ସମୟରେ କାଶୀରେ ମିନି ତାମିଲନାଡରୁ ଝଲକ ଦେଖିବାକୁ ମିଳିଥିଲା । ପିଏମ ମୋଦୀ ହର-ହର ମହାଦେବ ଉଦଘୋଷ ପରେ କାଶୀ ଏବଂ ତାମିଲନାଡୁର ଲୋକଙ୍କୁ ୱାଡକ୍କମ କରିଥିଲେ । ସେ କହିଥିଲେ, କାଶୀର ପାବନ ଧୂମିରେ ଆପଣ ସମସ୍ତଙ୍କୁ ଦେଖି ମନ ପ୍ରସନ୍ନ ହୋଇଛି । ପିଏମ ମୋଦୀ ଏହା ପରେ ସଙ୍ଗମମର ମହତ୍ୱ ବିଷୟରେ କହିଥିଲେ ।

ସେ କହିଛନ୍ତି, ‘ଏହି ମହୋତ୍ସବ ପ୍ରକୃତରେ ଭାରତର ବେଶଷତାର ସଙ୍ଗମମ । ଏହି ସଙ୍ଗମମର ମହତ୍ୱ ରହିଛି । ଗୋଟିଏ ପଟେ ସାରା ଭାରତକୁ ନିଜ ଭିତରେ ସମାହିତ କରିଥିବା ଆମ ସାଂସ୍କୃତିକ ରାଜଧାନୀ କାଶୀ, ଅନ୍ୟପଟେ ଭାରତର ପ୍ରାଚୀନ ତାମିଲନାଡୁ ଗଙ୍ଗା, ଯମୁନା ପରି ପବିତ୍ର ଅଟେ’। ସେ କହିଛନ୍ତି କାଶୀ ତମିଲ ସଙ୍ଗମମ ସାହିତ୍ୟ ଏବଂ ସଂସ୍କୃତିର ଏକ ବିରଳ ମିଳନ ।

ପିଏମ ମୋଦୀ କହିଛନ୍ତି, ‘ଆମର ଏଠାରେ ଋଷିମାନେ କହିଛନ୍ତି ଗୋଟିଏ ଚେତନା ଭିନ୍ନ ଭିନ୍ନ ରୁପରେ ପ୍ରକଟ ହୋଇଥାଏ । କାଶୀ ଏବଂ ତାମିଲନାଡୁ ରୂପରେ ଆମେ ଏହି ଫିଲୋସିପିକୁ ଦେଖୁଛି । କାଶୀ ଏବଂ ତାମିଲନାଡୁ ଗୋଟିଏ, ଦୁହେଁ ଶିବମୟ ଏବଂ ଦୁହେଁ ଶକ୍ତିମୟ । ଦୁହିଁଙ୍କ ନିଜସ୍ୱ ମହତ୍ୱ ରହିଛି’ । ପିଏ ମୋଦୀ କହିଛନ୍ତି, କାଶୀରେ ଅନେକ ଘାଟରେ ତାମିଲନାଡୁର ଝଲକ ଦେଖିବାକୁ ମିଳୁଛି ।  

   Related Posts