scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଭାରତୀୟ ଭାଷାରେ ଆଇନ କରିବେ ସରକାର, ଯେପରି ସବୁ ଲୋକ ବୁଝି ପାରିବେ: ପ୍ରଧାନମନ୍ତ୍ରୀ

23/09/2023 at 8:04 PM

ନୂଆଦିଲ୍ଲୀ ୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ତାଙ୍କ ସରକାର ଯେତିକି ସମ୍ଭବ ସହଜ ଉପାୟରେ ଓ ଭାରତୀୟ ଭାଷାମାନଙ୍କରେ ଆଇନ କରିବା ଦିଗରେ ପ୍ରୟାସରତ ଅଛନ୍ତି। ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଧିବକ୍ତା ସମ୍ମିଳନୀକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମନ୍ଦ ଉଦ୍ଦେଶ୍ୟ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର ସମେତ ସାଇବର ଆତଙ୍କବାଦ ଓ ମନିଲଣ୍ଡ୍ରିଂକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ବିପଦ ସୀମା ଓ ଅଧିକାର କ୍ଷେତ୍ର ବୁଝନ୍ତି ନାହିଁ। ଏଣୁ ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶଙ୍କ ଆଇନକୁ ବୁଝି ସହଯୋଗାତ୍ମକ ପ୍ରୟାସ ନିମନ୍ତେ ଆହ୍ୱାନ ଦେଇଛନ୍ତି।  

ଆଇନ ପ୍ରଣାଳୀ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଇନ ଲେଖିବା ଓ ବିଚାର ପ୍ରକ୍ରିୟାରେ ଯେଉଁ ଭାଷାର ଉପଯୋଗ ହେଉଛି, ତାହା ନ୍ୟାୟ ସୁନିଶ୍ଚିତ କରିବାରେ ବଡ଼ ଭୂମିକା ନିର୍ବାହ କରୁଛି। ଆଇନକ୍ଷେତ୍ରର ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରରେ ଆମେ ଭାବୁଛେ ଆଇନକୁ ଦୁଇ ପ୍ରକାରେ ଉପସ୍ଥାପନ କରାଯିବା ଦରକାର। ଏଥିରେ ଗୋଟିଏ ଚିଠା ସେହି ଭାଷାରେ ହେବ ଯାହାକୁ ଆପଣମାନେ ନ୍ୟାୟ ନିମନ୍ତେ ବ୍ୟବହାର କରୁଛନ୍ତି, ସେହିପରି ଦ୍ୱିତୀୟ ଚିଠା ସେହି ଭାଷାରେ ହେବା ଦରକାର ଯାହାକୁ ସାଧାରଣ ଲୋକ ବୁଝି ପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଇନକୁ ଜଟିଳ ଭାଷାରେ କରିବାର ଦେଶରେ ପ୍ରଚଳନ ରହିଛି। ନ୍ୟାୟ ପ୍ରଣାଳୀର ଯେଉଁ ଦିଗ ଉପରେ ସବୁଠୁ କମ୍ ଚର୍ଚ୍ଚା ହୋଇଛି ତାହା ହେଉଛି ଭାଷା ଓ ଆଇନକୁ ସହଜ କରିବା। ଏଣୁ ସରକାର ଆଇନକୁ ସହଜ ଓ ସାଧାରଣ ଲୋକଙ୍କ ବୁଝିବା ଭଳି କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଣୁ ବ୍ୟବସ୍ଥା ଯେଉଁ ଢାଞ୍ଚାରେ ହୋଇଛି ଆମେ ସେହି ଢାଞ୍ଚାରୁ ଆଇନକୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ଡାଟା ସୁରକ୍ଷା ଆଇନ ସହିତ ଏହା ଆରମ୍ଭ କରିଦେଇଛୁ ବୋଲି ମୋଦି କହିଛନ୍ତି।  

   Related Posts