Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସଓ୍ବେ ଉଦ୍‌ଘାଟିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହାର ବିଶେଷତ୍ବ

12/03/2023 at 6:43 PM

ନୂଆଦିଲ୍ଲୀ, ୧୨/୦୩: ବହୁ ପ୍ରତୀକ୍ଷିତ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସଓ୍ବେର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ପ୍ରଧାନମନ୍ତ୍ରୀ ଏହି ୧୧୮ କିମି ଲମ୍ବ ବିଶିଷ୍ଟ ଏକ୍ସପ୍ରେସଓ୍ବେକୁ ଲୋକାର୍ପଣ କରିଛନ୍ତି। ଏହି ଏକ୍ସପ୍ରେସଓ୍ବେ ଯୋଗୁଁ ୩ ଘଣ୍ଟା ଲାଗୁଥିବା ସମୟ ଏବେ ମାତ୍ର ୭୫ ମିନିଟ୍‌ରେ ଲାଗିବ। ୮,୪୮୦​ କୋଟି ବ୍ୟୟରେ ନିର୍ମିତ ଏହି ପରିଯୋଜନାରେ ଜାତୀୟ ରାଜପଥ-୨୭୫ର ବେଙ୍ଗାଲୁରୁ –ନିଦାଘଟ୍ଟା-ମହୀଶୂରକୁ ଛଅ ଲେନ୍ ବିଶିଷ୍ଟ କରିବା ସାମିଲ ରହିଛି। ଏହି ପରିଯୋଜନା ସାମାଜିକ ଆର୍ଥିକ ବିକାଶ ପାଇଁ କାମ ମଧ୍ୟ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବେଙ୍ଗାଲୁରୁ ଏବଂ ମହୀଶୂର ଦୁଇଟି ଜରୁରୀ ସହର। ଗୋଟିଏ ପ୍ରଯୁକ୍ତି ପାଇଁ ଜଣାଥିବାବେଳେ ଅନ୍ୟଟି ଏହାର ପରମ୍ପରା ପାଇଁ ପରିଚିତ। ଏହି ଦୁଇ ସହରକୁ ଜ୍ଞାନକୌଶଳ ଦ୍ବାରା ଯୋଡ଼ିବା ଖୁବ୍ ମହତ୍ବପୂର୍ଣ୍ଣ। ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ମହୀଶୂର-କୁଶଳନଗରର ଚାରି ଲେନ୍ ବିଶିଷ୍ଟ ରାଜପଥ ପାଇଁ ଭିତ୍ତିପ୍ରସ୍ତରର ଉଦଘାଟନ କରିଛନ୍ତି।

ଏକ୍ସପ୍ରେସଓ୍ବେର ବିଶେଷତ୍ବ:

  • ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସଓ୍ବେ ବେଙ୍ଗାଲୁରୁ ଏବଂ ମହୀଶୂର ମଧ୍ୟରେ ଯାତ୍ରା ସମୟକୁ ୭୫ ମିନିଟ୍‌ ହୋଇଯିବ।
  • ଏନଏଚଏଆଇ ଦ୍ବାରା ହାଇବ୍ରିଡ୍ ବାଷିକ ମଡେଲ (HAM) ଅନ୍ତର୍ଗତ ଏହି ଯୋଜନା ପରିଯୋଜନା ୮,୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି।
  • ଏହି ପ୍ରକଳ୍ପରେ ଦୁଇଟି ପ୍ରଥମତଃ ବେଙ୍ଗାଲୁରୁ-ନିଦାଘଟ୍ଟା ଏବଂ ଦ୍ବିତୀୟଟି ହେଉଛି ନିଦାଘଟ୍ଟା-ମହୀଶରୁ ରହିଛି ଏବଂ ଏହାକୁ ଦିଲୀପ ବିଲ୍ଡକନ୍ ଲିମିଟେଡ୍ ଦ୍ବାରା ନିର୍ମାଣ କରାଯାଉଛି।
  • ଏହି ଏକ୍ସପ୍ରେସଓ୍ବେରେ ୯ ଟି ମୁଖ୍ୟ ପୋଲ, ୪୨ ଛୋଟ ପୋଲ, ୬୪ ଟି ଅଣ୍ଡରପାସ୍‌, ୧୧ ଟି ଓଭରପାସ୍‌ ଏବଂ ଚାରିଟି ରେଲଓ୍ବେ ଓଭରବ୍ରିଜ୍ ରହିଛି।
  • ଏଥିରେ ଚାରିଟି ବାଇପାସ୍‌, ବିଦାଡି, ରାମନଗର-ଚନ୍ନାପାଟଣା, ମାଦ୍ଦୁର, ମାଣ୍ଡ୍ୟ ଏବଂ ଶ୍ରୀରଙ୍ଗପାଟଣା ରହିଛି ।
  • ଏହି ଏକ୍ସପ୍ରେସଓ୍ବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ କାରଣ ଉଟି, ଓ୍ବଏନାଡ, କୋଝିକୋଡ, କୂର୍ଗ ଏବଂ କନ୍ନୂର ଭଳି ସ୍ଥାନକୁ ଯାତ୍ରା କରୁଥିବା ଲୋକେ ଶୀଘ୍ର ପହଞ୍ଚିପାରିବେ।
  • ତେବେ ଦୃର୍ଘଟଣାକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସଓ୍ବେରେ ଦୁଇ ଚକିଆ ଯାନକୁ ବାରଣ କରାଯାଛି ।

   Related Posts