ଦ୍ବାରିକା: ଦେଶର ସବୁଠୁ ଲମ୍ବା କେବୁଲ୍ ବ୍ରିଜ୍ ଉଦଘାଟିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଦର୍ଶନ ସେତୁ’ ଦେଶବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ରବିବାର ପିଏମ୍ ମୋଦି ଗୁଜରାଟର ଦ୍ବାରିକାରେ ପହଞ୍ଚି ଏହି ସେତୁର ଉଦଘାଟନ କରିଛନ୍ତି । ୨୦୧୭ରୁ ନିର୍ମାଣଧୀନ ସେତୁ ୨୦୨୪ରେ ଶେଷ ହୋଇଛି । ଏଥିରେ ୯୭୯ କୋଟି ଟଙ୍କା ବ୍ୟୟ ହୋଇଛି । ସୁଦର୍ଶନ କେବୁଲ୍ ବ୍ରିଜର ଲମ୍ବ ୨.୩ କିଲୋମିଟର । ଓଖା ଓ ବେଟ୍ ଦ୍ୱାରିକାଦ୍ବୀପକୁ ଏହା ସଂଯୋଗ କରିବ ।
wp:html/wp:htmlPrime Minister Narendra Modi tweeted "Delighted to inaugurate Sudarshan Setu today - a bridge that connects lands and people. It stands vibrantly as a testament of our commitment to development and progress." pic.twitter.com/wA92bffQBx
— ANI (@ANI) February 25, 2024
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବ୍ରିଜ୍ ଚାରି ଲାଇନ୍ ବିଶ୍ବଷ୍ଟ ହୋଇଥିବା ବେଳେ ଏହାର ଚଉଡ଼ା ୨୭.୨୦ ମିଟର । ଏହା ଉଭୟ ପାର୍ଶ୍ବରେ ୨.୫୦ ମିଟର ଫୁଟ୍ପାଥ୍ ରହିଛି । ସୁଦର୍ଶନ ସେତୁକୁ ଅତ୍ୟାଧୁନିକ ଡିଜାଇନରେ ନିର୍ମାଣ କରାଯାଇଛି । ଯେଉଁ ଭଗବତ୍ ଗୀତା ଶ୍କୋକ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର ଅଙ୍କା ଯାଇଛି ।
{"id":913445,"sizeSlug":"large","linkDestination":"none"}ସେହିପରି ରବିବାର ଦ୍ବିପ୍ରହରରେ ରାଜକୋଟ୍ ନିର୍ମିତ ଏମ୍ସ ହସ୍ପିଟାଲର ଉଦଘାଟନ କରିବେ । ରାଜକୋଟ୍ ଏମ୍ସ ୭୨୦ ଶଯ୍ୟାବିଶିଷ୍ଟ ଏକ ବିଶ୍ୱସ୍ତରୀୟ ହସ୍ପିଟାଲ ନିର୍ମିତ ହୋଇଛି । ଏଥିରେ ଆଇସିୟୁ ଓ ସୁପର ସ୍ପେସାଲିଟି ବେଡ୍ ଅନ୍ତର୍ଭୁକ୍ତ । ରାଜକୋଟ୍ ଏମସ୍ ୨୦୧ ଏକର ଜମିରେ ବ୍ୟାପିଛି । ୧,୧୯୫ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏମ୍ସ ବ୍ୟତୀତ ପିଏମ୍ ମୋଦି ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏମ୍ସର ମଧ୍ୟ ଉଦଘାଟନ କରିବେ । ଏହାଛଡ଼ା ରାଜକୋଟ୍ ସହରର ବାହ୍ୟ ଅଞ୍ଚଳରେ ଥିବା ପାରା ପିପଲିଆ ଗାଁ ନିକଟରେ ଥିବା ସୁପର ସ୍ପେସାଲିଟି ହସ୍ପିଟାଲର ଓପିଡି ପୂର୍ବରୁ ଚାଲୁରହିଛି । ଏହାର ଆଭ୍ୟନ୍ତରୀଣ ରୋଗୀ ବିଭାଗ ମଧ୍ୟ ଉଦ୍ଘାଟିତ ହେବ । ରବିବାର ପ୍ରାୟ ୫୨,୨୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପିଏମ୍ ମୋଦି ।