ଦୁନିଆର ସବୁଠାରୁ ବଡ ଅଟଳ ରୋହତଙ୍ଗ୍ ଟନେଲ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
3/10/2020 at 11:28 AM

ମନାଲି ୦୩/୧୦ : ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲା ମନାଲି-ଲେହ ମାର୍ଗରେ ନିର୍ମିତ ଅଟଳ ରୋହତଙ୍ଗ୍ ଟନେଲ୍ ଶନିବାର ଦିନ ଉଦଘାଟନ କରିଛନ୍ତି । ୯.୦୨ କିମି ଲମ୍ବ ଏହି ଟନେଲକୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ୧୦ଟା ରେ ଲୋକାର୍ପଣ କରିଛନ୍ତି । ହିମାଚଳ ପ୍ରଦେଶ ପାଇଁ ଦୀର୍ଘ ୧୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ।
ଏହି ଟନେଲ ଦେଇ ଭାରତୀୟ ସେନା ଲଦାଖ ଓ କାରଗିଲ ଯାଏଁ ସହଜରେ ପହଞ୍ଚି ପାରିବ । ୧୦ ବର୍ଷ ପରେ ଟନେଲ ପ୍ରସ୍ତୁତ ହୋଇଛି । ଏହି ଟନେଲ ନିର୍ମାଣରେ ୩ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଟଳ ରୋହତଙ୍ଗ ସୁଡ଼ଙ୍ଗର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି । ୧୦ ହଜାର ୧୭୧ ଫୁଟ ଉଚ୍ଚରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି ।

ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହା ପାଖାପାଖି ୯.୦୨ କିମି ଲମ୍ବ । ଏହାର ଦୈର୍ଘ୍ୟ ୧୦ ମିଟର । ଏହି ସୁଡ଼ଙ୍ଗ ଦ୍ୱାରା ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିମି କମ ହୋଇଯିବ ।

ବର୍ତ୍ତମାନ ମନାଲିରୁ ଲାହୌଲ୍ ଘାଟି ଯାଏଁ ଯାତ୍ରା କରିବାକୁ ୫ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ୧୦ ମିନିଟରେ ପୁରା ହେବ ।ଏହି ସୁଡ଼ଙ୍ଗ ଭିତରେ ଯେକୌଣସି ବାହନ ଘଣ୍ଟା ପ୍ରତି ୮୦ କିମି ବେଗରେ ଗତି କରିପାରିବ । ଏହି ସୁଡ଼ଙ୍ଗ ନିର୍ମାଣ କାମ ୨୦୧୦ ମସିହା ଜୁନ ୨୮ ତାରିଖରେ ଆରମ୍ଭ ହୋଇଥିଲା ।