କନ୍ଧମାଳରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; ପରିବର୍ତ୍ତନ ନିଶ୍ଚିତ, ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର

Published By : Prameya-News7 Bureau | May 11, 2024 IST

ଫୁଲବାଣୀ ୧୧।୦୫ : ଫୁଲବାଣୀରେ ପ୍ରଧାନମନ୍ତ୍ରୀ । ସଭାମଞ୍ଚରେ  ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ । ଓଡିଆରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ସମ୍ବୋଧନ ଆରମ୍ଭ କରିଲେ ପ୍ରଧାନମନ୍ତ୍ରୀ ।

ବିଜୟ ସଂକଳ୍ପ ସମାବେଶରେ ମୋଦି କହିଛନ୍ତି ଯେ, ଶୁକ୍ରବାର ଭୁବନେଶ୍ୱରରେ ମୁଁ ରୋଡ ଶୋ କରିଥିଲି । ଯାହା ମୋ ପାଇଁ ବହୁତ ଅଦ୍ଭୁତ ଥିଲା । ଏତେ ପରିମାଣର ଭିଡ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସମସ୍ତ ଆଶୀର୍ବାଦ ଏବଂ ଭଲପାଇବା ପାଇଁ ମୁଁ ସବୁବେଳେ କୃତଜ୍ଞ । ସେହିପରି ସଭାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୪ ଏବଂ ୨୦୧୯ ନିର୍ବାଚନରେ ପୁରୁଣା ସ୍କ୍ରିପ୍ଟ ପଢୁଛନ୍ତି ରାଜକୁମାର । ହେଲେ ବିରୋଧୀ ମନେରଖନ୍ତୁ । ଏଥର ନିର୍ବାଚନରେ ଏନ୍‌ଡିଏ ୪୦୦ ଟପିବ । ପୂର୍ବ ରେକର୍ଡ ଭାଙ୍ଗିବ ଏନ୍‌ଡିଏ । କଂଗ୍ରେସର ଆଶା ଆଶାରେ ରହିଯିବ । ଏଥିର ବିରୋଧୀ ଦଳ ବି ହୋଇପାରିବନି କଂଗ୍ରେସ । ୫୦ ସିଟ୍‌ ତଳକୁ ଖସିବ ନିଶ୍ଚିତ । 

ସେହିପରି କନ୍ଧମାଳରେ ରତ୍ନଭଣ୍ଡାର କଥା ଉଠାଇଲ ପ୍ରଧାନମନ୍ତ୍ରୀ । ୪୫ ବର୍ଷ ତଳେ ରତ୍ନଭଣ୍ଡାରର ଅଳଙ୍କାରର ତାଲିକା ହୋଇଥିଲା  । ୬ ବର୍ଷ ହେଲା ରତ୍ନଭଣ୍ଡାରର ଚାବି ହଜିଯାଇଛି । ଚାବି କୁଆଡେ ଯାଇଛି ଜାଣିବାର ଅଧିକାର ଅଛି କି ନାହିଁ ?  ଚାବି କାହା ପାଖରେ ଅଛି , କୁଆଡ଼େ ଗଲା ? ‘ରାଜ୍ୟ ସରକାର କହୁଛନ୍ତି ଡୁପଲିକେଟ୍‌ ଚାବି ମିଳିଛି’ ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ ଏଥିପାଇଁ କମିଶନ ବସିଲା । ରିପୋର୍ଟ ସାର୍ବଜନୀନ ହେଲାନି ‘ରାଜ୍ୟ ସରକାର କାହା ପାପକୁ ଘୋଡ଼ାଉଛନ୍ତି ?’ ‘ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ’

ମୋଦି କହିଛନ୍ତି ଯେ, ଗରିବ ପରିବାରରୁ ଆସିଥିବାରୁ ମୁଁ ଗରିବଙ୍କ ଦୁଃଖ ଜାଣିଛି ଏବଂ ସେଥିପାଇଁ ଗରିବଙ୍କ ସମସ୍ୟା ଦୂର କରିବା ପାଇଁ ଦିନରାତି ପରିଶ୍ରମ କରୁଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏସବୁ କେବଳ ବିଜେପି ସରକାର ଓ ମୋଦିଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି। ଏଥି ସହିତ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ରୋଡମ୍ୟାପ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ।  ଜିଲ୍ଲାରେ ପର୍ଯ୍ୟଟନର ବିକାଶ, ହଳଦୀ ଚାଷର ଉନ୍ନତି, ମସଲା ପାର୍କର ସ୍ଥାପନ, ଡୋକରା କଳାର ବିକାଶ, ପଛୁଆ ଆଦିବାସୀମାନଙ୍କ ପାଇଁ ପିଏମ ଜନମନ ଯୋଜନାର ଶୁଭାରମ୍ଭ କରଯିବ ବୋଲି ଘୋଷଣା କରିଥିଲେ ମୋଦି। 

କଂଗ୍ରେସ ସରକାର କେବଳ କନ୍ଧମାଳ ଜିଲ୍ଲାକୁ ପଛୁଆ ଜିଲ୍ଲା ଘୋଷଣା କରିଦେଇ ଭୁଲି ଯାଇଥିଲା, କିନ୍ତୁ ବିଜେପି ସରକାର ଆକାଂକ୍ଷୀ ଯୋଜନାରେ ଜିଲାକୁ ସାମିଲ କରି ପ୍ରକୃତ ବିକାଶ କରିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ କନ୍ଧମାଳର ଗୌରବ ତଥା ଆଦିବାସୀ ବିଦୂଷୀ ଓ ସନ୍ଥ ପଦ୍ମଶ୍ରୀ ପୂର୍ଣ୍ମମାସୀ ଜାନୀ ଓ ଜଗନ୍ନାଥ ମନ୍ଦିରକୁ ଭିକ୍ଷା କରି ଏକ ଲକ୍ଷ ଟଙ୍କାର ଦାନ ଦେଇଥିବା ତୁଳା ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ପ୍ରଧାନମନ୍ତ୍ରୀ। ଆୟୋଜିତ ଜନସଭାରେ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ସାତୋଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନେ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.