scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କଲେ ଅଣଦେଖା ? ଆପ୍‌ର ମିଛ ଧରାଇଲା ବିଜେପି

24/07/2022 at 4:52 PM

ନୂଆଦିଲ୍ଲୀ: ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟକାଳୀନ ସମାରୋହର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏହାକୁ ନେଇ ଦାବି କରାଯାଇଛି ଯେବେ ସମାରୋହର ଅନ୍ତିମ ପର୍ଯ୍ୟାୟରେ ରାମନାଥ କୋବିନ୍ଦ ସମସ୍ତଙ୍କ ଅଭିବାଦନ କରୁଥିଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତି ଧ୍ୟାନ ଦେଇନଥିଲେ। ଆଉ ଏହି ଭିଡିଓର ଅବଧି ବହୁତ ଛୋଟ ରହିଛି। କିନ୍ତୁ ଯେଉଁଭଳି ଏହି ଭିଡିଓକୁ ଏଡିଟ୍ କରାଯାଇଛି ତାକୁ ଦେଖିଲେ ଘଟଣା ସତ ଲାଗୁଛି। ହେଲେ ପୂରା ଭିଡିଓ ଦେଖିବା ପରେ ସତ୍ୟ ସାମ୍ନାକୁ ଆସି ଯାଉଛି। ଆଉ ଏହି ଘଟଣାରେ ଆମ୍ ଆଦମୀ ପାର୍ଟିକୁ ନିନ୍ଦିତ ହେବାକୁ ପଡିଛି। ଆପର ସାଂସଦ ସଞ୍ଜୟ ସିଂହ ଏହି ଏଡିଟ୍ ଭିଡିଓକୁ ଟୁଇଟ୍ କରିଛି।

ବିଜେପି ଆଇଟି ସେଲର ପ୍ରମୁଖ ଅମିତ୍ ମାଲଭୀୟ ଏହି ଭିଡିଓ କ୍ଲିପ୍‌କୁ ନେଇ ସଞ୍ଜୟ ସିଂହଙ୍କ ମୁଖା ଖୋଲିଛନ୍ତି। ମାଲଭୀୟ ଅଭିବାଦନର ସତ ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି, ଯେଉଁ ପାର୍ଟିର ମିଛ ସବୁ ଦିନ ଧରା ପଡୁଛି  ଏବଂ ଅପମାନ ସହିବା ଅଭ୍ୟାସରେ ପରିଣତ ହୋଇ ଯାଇଛି, ସେମାନଙ୍କୁ ଲୋକଙ୍କ ସମ୍ମାନ କେମିତି କରାଯାଏ, କାହାକୁ ଜଣା।

ସଞ୍ଜୟ ସିଂହ ନିଜ ଟୁଇଟ୍‌ରେ ଲେଖିଛନ୍ତି, ଏମିତି ଅପମାନ Very Sorry Sir। ଏହି ଲୋକେ ହିଁ ଏମିତି, ଆପଣଙ୍କ କାର୍ଯ୍ୟକାଳ ଏବେ ସରିଲା, ଏବେ ସେମାନେ ଆପଣଙ୍କ ଆଡେ ଆଉ ଚାହିଁବେ ନାହିଁ। ସୂଚନାଯୋଗ୍ୟ, ସଞ୍ଜୟ ସିଂହ ଟୁଇଟ୍ କରିଥିବା ଭିଡିଓର ଅବଧି ହେଉଛି ୧୪ ସେକେଣ୍ଡ।

କିନ୍ତୁ ପୂରା ଭିଡିଓ ଦେଖିଲେ ପରା ଜଣା ପଡିଛି ଯେ, ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରସ୍ପରକୁ ହାତ ଯୋଡି ଅଭିବାଦନ କରୁଛନ୍ତି। ଏହା ପରେ କୋବିନ୍ଦ ପିୟୂଷ ଗୋଏଲଙ୍କ ଆଡକୁ ବଢୁଛନ୍ତି। କିନ୍ତୁ କ୍ୟାମେରାର ଏଙ୍ଗେଲରୁ ଏମିତି ଲାଗୁଛି ନିବର୍ତ୍ତମାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ହାତ ଯୋଡି ଅଭିବାଦନ କରୁଛନ୍ତି, କିନ୍ତୁ ସେ ତାଙ୍କ ଆଡକୁ ଦେଖୁ ନାହାନ୍ତି।

   Related Posts