୭୮ତମ ସ୍ବାଧୀନତା ଦିବସ; ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 15, 2024 IST

ନୂଆଦିଲ୍ଲୀ: ୭୮ ତମ ସ୍ବାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଧ୍ବଜା ଉତ୍ତୋଳନ କରିଛନ୍ତି । ଭାରତର ସମ୍ମାନର ପ୍ରତୀକ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଛି । ଶାନ୍ତି, ମୈତ୍ରି ଏବଂ ପ୍ରଗତିର ପ୍ରତୀକ ହେଉଛି ତ୍ରିରଙ୍ଗା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଅର୍ଥାତ୍ ଆଜିର ଦିନରେ ବ୍ରିଟିଶ୍ ସରକାରଙ୍କ କବଳରୁ ଭାରତ ସ୍ବାଧୀନ ହୋଇଥିଲା ।  

୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀଙ୍କ ରକ୍ତ, ମାଂସ ଓ ବଳିଦାନରେ ସ୍ବାଧୀନ ହୋଇଥିଲା ଦେଶ । ସେହି ମୁହୂର୍ତ୍ତକୁ ମନେ ପକାଇ ଆଜି ପାଳନ କରାଯାଉଛି ସ୍ବାଧୀନତା ଦିବସ । ସମସ୍ତଙ୍କ ମନରେ ଉତ୍କଣ୍ଠା, ଉତ୍ସାହ ଆଉ ଆନନ୍ଦ । ଦେଶମାତୃକାର ଜୟଗାନରେ ଉଛୁଳି ପଡ଼ୁଛି ପଲ୍ଲୀଠାରୁ ଦିଲ୍ଲୀ । ସବୁଠି ଫର ଫର ହୋଇ ଉଡ଼ୁଛି ତ୍ରିରଙ୍ଗା । ପ୍ରତ୍ୟେକ ଭାରତୀୟ, ସ୍ବାଧୀନତା ସଂଗ୍ରାମର ଅମଳିନ ସ୍ମୃତିକୁ ସ୍ମରଣ କରିବା ସହ ସହିଦ୍ ଓ ସଂଗ୍ରାମୀମାନଙ୍କୁ ଜଣାଉଛନ୍ତି ଶ୍ରଦ୍ଧା, ଆଉ ସମ୍ମାନ ।


ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ନେବା ପରେ ୭୮ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାର୍ଯ୍ୟକାଳରେ ଲଗାତାର ୧୧ଥର ପାଇଁ ଜାତୀୟ ଉତ୍ତୋଳନ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଚଳିତବର୍ଷ ସ୍ୱାଧୀନତା ଦିବସର ଥିମ୍ ରହିଛି ବିକଶିତ ଭାରତ@୨୦୪୭। ଅର୍ଥାତ୍ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ ରଖିଛନ୍ତି ସରକାର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.