ନୂଆଦିଲ୍ଲୀ ୨୬/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତକରି ଫେରିଛନ୍ତି । ୬୫ ଘଣ୍ଟାର ଏହି ଯାତ୍ରାରେ ଗୋଟିଏ ପରେ ଗୋଟିଏ ପ୍ରାୟ ୨୦ଟିରେ ସାମିଲ ହୋଇଥିଲେ । କେବଳ ସେତିକି ନୁହେଁ ଆମେରିକା ଯିବା ଏବଂ ଆସିବା ସମୟରେ ଅଧିକାରୀମାନଙ୍କ ସହିତ ଲମ୍ବା ସମୟ ଧରି ବୈଠକ ମଧ୍ୟ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଆମେରିକା ଗସ୍ତର ୬୫ ଘଣ୍ଟା ମଧ୍ୟରେ ରାଷ୍ଟପ୍ରତି ଜୋ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସ୍, ବିଭିନ୍ନ ଅଧିକାରୀ ଏବଂ ସେଠାକାର ବଡ ବଡ କମ୍ପାନୀର CEOଙ୍କୁ ମିଶାଇ ମୋଟ ୨୦ଟି ବୈଠ୍ରେ ଯୋଗଦେଇଥିଲେ । ଭାରତରୁ ଆମେରିକା ଯିବା ଏବଂ ସେଠାରୁ ପୁଣି ଭାରତ ଫେରିବା ସମୟରେ ମୋଦି ମୋଟ ୪ଟି ବୈଠକ କରିଥିଲେ । ବୁଧବାର ଆମେରିକା ଯିବା ସମୟରେ ବିମାନରେ ଦୁଇଟି ବୈଠକ କରିଥିବା ବେଳେ ସେଠାରେ ପହଞ୍ଚିବା ପରେ ହୋଟେଲରେ ୩ଟି ବୈଠକ କରିଥିଲେ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ଥିବା ବେଳେ ସେପ୍ଟେମ୍ବର ୨୩ ତାରିଖରେ ବିଭିନ୍ନ କମ୍ପାନୀର ସିଇଓଙ୍କ ସହିତ ୫ଟି ବୈଠକ କରିଥିଲେ । ପରେ ଆମେରିକାର ଉପରାଷ୍ଟପ୍ରତି କମଲା ହାରିସଙ୍କ ସହିତ ଭେଟ କରି ଆଲୋଚନା କରିଥିଲେ । ଏହାପରେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଅେଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ୩ଟି ଆଭ୍ୟନ୍ତରୀଣ ବୈଠକକୁ ସମ୍ବୋଧିତ କରିଥିବା ବେଳେ ପରଦିନ ଆମେରିକାର ସୁପ୍ରିମ ଲିଡର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହ୍ବାଇଟ୍ ଡାଉସ୍ରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଏହାପରେ କ୍ବାଡ୍ର ଶିଖର ସମ୍ମୀଳନୀରେ ସାମିଲ ହୋଇଥିଲେ । ସେପ୍ଟେମ୍ବର ୨୪ ତାରିଖରେ ୪ଟି ଆଭ୍ୟନ୍ତରିଣ ବୈଠକ କରିଥିଲେ ମୋଦି । ପରେ ୨୫ ତାରିଖରେ ଆମେରିକା ଛାଡିବା ପରେ ବିମାନରେ ମଧ୍ୟ ଅଧିକାରୀଙ୍କ ସହିତ ୨ଟି ବୈଠକ କରିଥିଲେ ମୋଦି ।
ତେବେ ଭାରତ ଆସିବା ବେଳେ ସାଙ୍ଗରେ ନେଇ ଆସିଛନ୍ତି ୧୫୭ଟି ସ୍ୱତନ୍ତ୍ର ଉପହାର । ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧନ କରିବା ପରେ ମୋଦୀ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ।
ଏହି ଅବସରରେ ମୋଦିଙ୍କୁ ମିଳିଥିବା ଉପହାର ସମୂହ ୧୫୭ ଟି କଳାକୃତି ଏବଂ ପୂରାତନ ମୂର୍ତ୍ତି ଧରି ଆସିଛନ୍ତି । ଏହି କଳାକୃତି ଗୁଡ଼ିକୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତାଙ୍କୁ ଉପହାର ସ୍ୱରୁପ ଭେଟି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କାଳରେ ବଡ଼ ବଡ଼ ବ୍ୟବସାୟ ପ୍ରତିନିଧିମାନଙ୍କୁ ଭେଟିଥିଲେ । ସେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ସେହିପରି ଗସ୍ତ ଆରମ୍ଭରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହିତ କଥା ହୋଇଥିଲେ ।
ପ୍ରଧାନମନ୍ତ୍ରୀ କ୍ୱାର୍ଡ ସମ୍ମିଳନୀକୁ ମଧ୍ୟ ସଂବୋଧନ କରିଥିଲେ । ସେ ଅଷ୍ଟ୍ରେଲିଆ ଓ ଜାପାନ ସମକକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିଥିଲେ । ତେବେ ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ଆଫଗାନିସ୍ତାନ ଏବଂ ସେଠାକାର ତାଲିବାନୀ ସରକାର । ଆଫଗାନିସ୍ତାନ ସହିତ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ରାୟ ରଖାଯାଇଛି ଏବଂ ଭବିଷ୍ୟତର ଉଦ୍ଦେଶ୍ୟରେ ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ତାଲିବାନ ବ୍ୟତୀତ ଚୀନ ବିପକ୍ଷରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।