'ପିଏମ୍ ମୋଦୀଙ୍କୁ ମିଳିସାରିଛି ବହୁମତ, ଏବେ ୪୦୦ ପାର୍ ପାଇଁ ଲଢେଇ'; ଚତୁର୍ଥ ପର୍ଯ୍ୟାୟ ମତଦାନ ପରେ ଅମିତ୍ ଶାହ

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପଶ୍ଚିମବଙ୍ଗର ବନଗାଓଁରେ ନିର୍ବାଚନୀ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏବେ ସୁଦ୍ଧା ହୋଇଥିବା ମତଦାନରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରିସାରିଛି । ଶାହ କହିଛନ୍ତି, '୪ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୩୮୦ ଆସନରେ ନିର୍ବାଚନ ଶେଷ ହୋଇଛି । ବେଙ୍ଗଲରେ ୧୮ ଆସନରେ ନିର୍ବାଚନ ଶେଷ ହୋଇଛି । ଆଜି ମୁଁ କହିବାକୁ ଚାହୁଁଛି ଯେ ୩୮୦ରୁ ପିଏମ୍ ମୋଦୀ ୨୭୦ ଆସନ ସହ ପୂର୍ଣ୍ଣ ବହୁମତ ହାସଲ କରିଛନ୍ତି ।' 

ନିର୍ବାଚନୀ ରାଲିରେ ଅମିତ୍ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ମମତା ଦିଦି ମିଛ କହୁଛନ୍ତି ଯେ ସିଏଏ ଅଧିନରେ ନାଗରିକତା ପାଇଁ ଯିଏ ବି ଆବେଦନ କରିବେ ସେ ଅସୁବିଧାର ସାମନା କରିବେ । ଶାହ କହିଛନ୍ତି, 'ମାତୁଆ ସମାଜର ଲୋକଙ୍କୁ ମୁଁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ କାହାକୁ ବି କିଛି ଅସୁବିଧା ହେବ ନାହିଁ । ନାଗରିକତା ମିଳିବା ଏବଂ ଦେଶରେ ସମ୍ମାନ ସହ ବଞ୍ଚି ପାରିବେ । ଦୁନିଆର କୌଣସି ଶକ୍ତି ଶରଣାର୍ଥୀ ଭାଇମାନଙ୍କୁ ଭାରତର ନାଗରିକ ହେବାଠାରୁ ରୋକି ପାରିବ ନାହିଁ, ଏହା ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ।'

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.