ଗୁଜରାଟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି; ଉଦଘାଟିତ ହେବ 'ସୁଦର୍ଶନ ସେତୁ'

Published By : Prameya-News7 Bureau | February 25, 2024 IST

ଗାନ୍ଧିନଗର: ୨୫/୨: ଗୁଜରାଟବାସୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି । ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥର ପେଡ଼ି ଖୋଲିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ପ୍ରାୟ ୫୨,୨୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ । ଏନେଇ ଶନିବାରଠୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରବିବାର ଦ୍ୱାରକାରେ ସବୁଠୁ ଲମ୍ବା ‘ସୁଦର୍ଶନ ସେତୁ’ର ଲୋକାର୍ପଣ କରିବେ ମୋଦି । ଏହାପରେ ଅପରାହ୍ନରେ ରାଜକୋଟରେ ପହଞ୍ଚି ସେଠାରେ ଗୁଜରାଟର ପ୍ରଥମ ଏମ୍‌ସ ଓ ସୌରାଷ୍ଟ୍ରର ସବୁଠୁ  ବଡ଼ ହସ୍ପିଟାଲର ଉଦ୍‌ଘାଟନ କରିବେ । ଏଥିସହ  ୧,୦୫୬ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ରାଜକୋଟ ସୁରେନ୍ଦ୍ର ନଗର ରେଳ ଦୋହରିକରଣ ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ ।

wp:embed {"url":"https://www.prameyanews7.com/delhi-police-remove-barricades-from-singhu-border-service-lane/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-police-remove-barricades-from-singhu-border-service-lane/
/wp:embed

ଦ୍ୱାରକାରେ  ନିର୍ମିତ ସୁଦର୍ଶନ ସେତୁର ନିର୍ମାଣ କାର୍ଯ୍ୟ ୨୦୧୭ରେ  ଆରମ୍ଭ ହୋଇଥିଲା । ଏହାଦ୍ୱାରା ଓଖା ଓ ବେଟ୍‌ ଦ୍ୱାରକା ମଧ୍ୟରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନେ ଉପକୃତ  ହେବେ । ୨.୩୨ କିଲୋମିଟର ଲମ୍ବ କେବୁଲ୍‌ ବ୍ରିଜ୍ ଦେଶରେ ସବୁଠୁ ଲମ୍ବା କେବୁଲ ସେତୁ । ରାଜକୋଟ୍  ସହରର ବାହ୍ୟ ଅଞ୍ଚଳରେ ଥିବା ପାରା ପିପଲିଆ ଗାଁ ନିକଟରେ ଥିବା ସୁପର ସ୍ପେସାଲିଟି ହସ୍ପିଟାଲର ଓପିଡି  ପୂର୍ବରୁ ଚାଲୁରହିଛି । ପ୍ରଧାନମନ୍ତ୍ରୀ ଏହାର ଆଭ୍ୟନ୍ତରୀଣ ରୋଗୀ ବିଭାଗ ଉଦ୍‌ଘାଟନ କରିବେ ।  ରାଜକୋଟ୍ ଏମ୍ସ ୭୨୦ ଶଯ୍ୟାବିଶିଷ୍ଟ ଏକ ବିଶ୍ୱସ୍ତରୀୟ  ହସ୍ପିଟାଲ ନିର୍ମିତ ହୋଇଛି । ଏଥିରେ ଆଇସିୟୁ ଓ ସୁପର ସ୍ପେସାଲିଟି  ବେଡ୍‌ ଅନ୍ତର୍ଭୁକ୍ତ । ରାଜକୋଟ୍ ଏମସ୍ ୨୦୧ ଏକର  ଜମିରେ ବ୍ୟାପିଛି । ୧,୧୯୫ କୋଟି ଟଙ୍କା ବ୍ୟୟରେ  ଏହାକୁ ପ୍ରସ୍ତୁତ କରାଯାଇଛି ।

ପିଏମ୍ ମୋଦି ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ କରିବେ, ଏଥିରେ ସ୍ବାସ୍ଥ୍ୟ, ସଡ଼କ, ରେଳ, ଉର୍ଜା, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନଶିଳ୍ପ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ସାମିଲ ରହିଛି । ସେପଟେ ଗତକାଲି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମନଗରରେ ପହଞ୍ଚି ରୋଡ୍ ଶୋ’ କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.