ପିଏମ ମୋଦୀଙ୍କ ସ୍ୱାଗତ ପାଇଁ ସବୁ ପ୍ରୋଟକଲ ଭାଙ୍ଗିଲେ ଦୁନିଆର ସବୁଠୁ ଧନୀ ରାଷ୍ଟ୍ରପତି, କଲେ ଆଲିଙ୍ଗନ  

Published By : Prameya-News7 Bureau | June 28, 2022 IST

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁଏଇରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ୟୁଏଇର ରାଷ୍ଟ୍ରପତି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ। ସବୁ ପ୍ରୋଟକଲକୁ ଭାଙ୍ଗି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ ସ୍ୱାଗତ କରିଥିଲେ । ପ୍ରଫେଟ୍ ମହମ୍ମଦ ବିବାଦ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ମୁସଲିମ ଦେଶ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଛନ୍ତି । ଗତ ମେ ୧୩ ତାରିଖରେ ଶେଖ ଖଲିଫାଙ୍କ ଦେହାନ୍ତ ହୋଇଥିଲା ।

ଶେଖ ଖଲିଫାଙ୍କ ନିଧନ ପରେ ଶେଖ ମହମ୍ମଦ ୟୁଏଇର ରାଷ୍ଟ୍ରପତି ହୋଇଛନ୍ତି । ତେବେ ଶେଖ ଖଲିଫା ଅସୁସ୍ଥ ଥିବା ସମୟରେ ଶେଖ ମହମ୍ମଦ ପ୍ରକୃତ ଶାସକ ଭାବେ ସବୁ କାମ ସମ୍ଭାଳିଥିଲେ । ଶେଖ ମହମ୍ମଦଙ୍କୁ ଫେରଡଲ ସୁପ୍ରିମ କାଉଁସିଲ ଦ୍ୱାରା ଚୟନ କରାଯାଇଛି । ଏହାପରେ ୧୯୭୧ରେ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ତେଲ ସମୃଦ୍ଧ ଦେଶର ଶାସକ ଭାବେ ଶେଖ ମହମ୍ମଦଙ୍କ ଚୟନ ହୋଇଥିଲା । ଶେଖ ମହମ୍ମଦ ଏମବିଜେଡ୍(MBZ) ନାଁରେ ମଧ୍ୟ ପରିଚିତ ।

ଶେଖ ମହମ୍ମଦ ନିଜର ଅୟଲ ଫଣ୍ଡିଂ ଶକ୍ତିର ଉପଯୋଗ ଏବଂ ଆଗ୍ରେସିଭ ବିଦେଶ ନୀତିକୁ ବିକଶିତ କରିବା ସବ ବିଭିନ୍ନ ମଞ୍ଚରେ ୟୁଏଇର ପରିଚୟ ବଢାଇବାକୁ ପ୍ରସାୟ କରିଛନ୍ତି । ଏହି ନୀତିର ପରିଣାମ ହିଁ ୟୁଏଇ ଜଣେ ବ୍ୟକ୍ତିକୁ ମହାକାଶକୁ ପଠାଇ ପାରିଛି, ମଙ୍ଗଳ ଗ୍ରହକୁ ମିଶନ ପଠାଇଛି । ଏହାସହ ନିଜର ପରମାଣୁ ରିଏକ୍ଟର ଖୋଲିବାରେ ମଧ୍ୟ ସଫଳ ହୋଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.