ମଣିପୁର ହିଂସାରେ ପଦେ କଥାରେ କିଛି ଚଳିବନି, ସଂସଦରେ ବିସ୍ତୃତ ଜବାବ ରଖନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ: ଖଡ଼ଗେ

Published By : Prameya-News7 Bureau | July 20, 2023 IST

ନୂଆଦିଲ୍ଲୀ: ଦୀର୍ଘ ଦିନ ନିରବ ରହିବା ପରେ ଶେଷରେ ଦେଶକୁ ଦୋହଲାଇ ଦେଇଥିବା ମଣିପୁର ହିଂସା ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସେତେବେଳେ ଯାଇ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ଯେତେବେଳେ ହିଂସାଗ୍ରସ୍ତ ରାଜ୍ୟ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଗଲା ଏବଂ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଲା। ଏମିତି ସମ୍ବେଦନଶୀଳ ମାମଲାରେ ପ୍ରଧାନମନ୍ତ୍ରୀ ସଂକ୍ଷିପ୍ତ ଟିପ୍ପଣୀ କରିଛନ୍ତି। ଯାହାକୁ ନା ପସନ୍ଦ କରିଛନ୍ତି ବିରୋଧୀ ଦଳ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ବିସ୍ତୃତ ପ୍ରତିକ୍ରିୟା ରଖିବାକୁ ଦାବି କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

wp:heading {"level":4}

ଅଧିକ ପଢନ୍ତୁ- ଉପବାଚସ୍ପତିଙ୍କ ଉପରକୁ ପେପର ଫିଙ୍ଗିବାରୁ ୯ ବିଜେପି ବିଧାୟକ ନିଲମ୍ବିତ

/wp:heading

ମଣିପୁର ଜଳୁଛି, ମହିଳାଙ୍କୁ ଦୁଷ୍କର୍ମ କରାଯାଛି, ନଗ୍ନ କରାଯାଇ ବୁଲା ଯାଉଛି ଏବଂ ହିଂସା ଥମିବାର ନାଁ ନେଉନି। କିନ୍ତୁ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ଧରି ନିରବ ରହିଥିଲେ। ମାତ୍ର ଆଜି ସେ ସଂସଦ ବାହାରେ ମାତ୍ର କେଇ ପଦ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟସଭାରେ ନିଜ ଭାଷଣ ସମୟରେ ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

Top Parliament updates: Centre trying to suppress voices in Opposition,  alleges Mallikarjun Kharge
scroll.in

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଅବିଳମ୍ବେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ମଣିପୁରରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଖଡ଼ଗେ ଦାବି କରିଛନ୍ତି। ଉଲ୍ଲେଖନୀୟ ଆଜି ମଣିପୁର ହିଂସା ପ୍ରସଙ୍ଗରେ ହଟ୍ଟଗୋଳରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଫଳରେ ସଂସଦର ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି। ଅପରାହ୍ନ ୨ଟାରେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ  ହେବା ମାତ୍ରେ ଅନେକ ବିରୋଧୀ ଦଳ ନେତା ମଣିପୁର ମଣିପୁର ଏବଂ ମଣିପୁର ଜଳୁଛି ପରି ସ୍ଲୋଗାନ ଦେଇଥିଲେ।

wp:heading {"level":4}

ଅଧିକ ପଢନ୍ତୁ- ଥାନାରେ ପହଞ୍ଚିଲା ‘INDIA’ ନାମକରଣ ମାମଲା, ୨୬ ପାର୍ଟି ବିରୋଧରେ ମାମଲା ରୁଜୁ

/wp:heading

ସୂଚନାଯୋଗ୍ୟ, ଆଜି ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ବାହାରେ ଆୟୋଜିତ ସାମ୍ଵାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମଣିପୁର ଘଟଣାକୁ ସମଗ୍ର ଦେଶ ପାଇଁ ଲଜ୍ଜାକର ବୋଲି କହିଛନ୍ତି। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେବାକୁ ଅପିଲ୍ କରିଛନ୍ତି। ସେ ରାଜସ୍ଥାନ ହେଉ କି ଛତିଶଗଡ଼ ଅବା ମଣିପୁର  ହେଉ ମହିଳା ପ୍ରସଙ୍ଗ ରାଜନୀତିଠୁ ଉର୍ଦ୍ଧ୍ଵରେ ରହିଛି।

ମଣିପୁରରେ ଦୁଇ ମହିଳାଙ୍କୁ ନଗ୍ନ କରି ବୁଲାଇବା ମେ ୪ ତାରିଖର ଭିଡିଓ ଭାଇରାଲ୍ ହେବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇ ପଡ଼ିଛି। ଶତାଧିକ ଲୋକଙ୍କ ଭିଡ଼ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଉଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓ ଦେଖି ଲୋକେ ମର୍ମାହତ ହେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦୁଇ ମହିଳାଙ୍କୁ ସହିତ ଏକ ଖେତରେ ସାମୂହିକ ଦୁଷ୍କର୍ମ କରାଯାଇଥିବା ଏକ ଆଦିବାସୀ ସଂଗଠନ ଅଭିଯୋଗ କରିଛନ୍ତି। ଏହି ଘଟଣା ରାଜ୍ୟର ରାଜଧାନୀ ଇମ୍ଫାଲଠୁ ପାଖାପାଖି ୩୫ କିଲୋମିଟର ଦୂର କାଙ୍ଗପୋକପି ଜିଲ୍ଲାରେ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.