ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତରେ ଏହି ଟ୍ରେନ୍ ସଂଖ୍ୟା ୧୦କୁ ବୃଦ୍ଧି
10/02/2023 at 4:48 PM

ନୂଆଦିଲ୍ଲୀ: ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ମୁମ୍ବାଇରେ ଏହି ଦୁଇଟି ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଦୁଇଟି ମଧ୍ୟରୁ ଗୋଟିଏ ଟ୍ରେନ୍ ମୁମ୍ବାଇରୁ- ସୋଲାପୁର ଓ ଅନ୍ୟଟି ମୁମ୍ବାଇରୁ ଶ୍ରୀନଗର ଯାତ୍ରା କରିବ।
ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଉପସ୍ଥିତ ଥିଲେ। ଏହି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ମିଶାଇଲେ ମୁମ୍ବାଇରେ ମୋଟ ୩ଟି ଟ୍ରେନ୍ ଚଳାଚଳ କରିଛି। ସେହିପରି ପୂରା ଦେଶରେ ମୋଟ ୧୦ଟି ଟ୍ରେନ୍ ଚଳାଚଳ କରୁଛି। ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇରୁ ଗୁଜରାତ ଗାନ୍ଧୀନଗରକୁ ଯାତ୍ରା କରିଥିଲା।