କେନ୍ଦୁଝର ୫।୩: ରେଳ ଯୋଗେ କେନ୍ଦୁଝରରୁ ସିଧାସଳଖ ଦିଲ୍ଲୀ ଯିବା ପାଇଁ ଜିଲ୍ଲାବାସୀ ଦେଖିଥିବା ସ୍ଵପ୍ନ ଆଜି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯାହାପାଇଁ ଅନେକ ଥର ଜିଲ୍ଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଇ ସ୍ଵପ୍ନ ଆଜି ପୂର୍ଣ୍ଣ ହୋଇଛି । ଟ୍ରେନଟି ପୁରୀରୁ ବାହାରି କେନ୍ଦୁଝର ଦେଇ ଆନନ୍ଦ ବିହାର ପର୍ଯ୍ୟନ୍ତ ଯିବ । ଏହି ଅବସରରେ ମଙ୍ଗଳବାର କେନ୍ଦୁଝର ଗଡ଼ ରେଳ ଷ୍ଟେସନ ଠାରୁ ଏହି ଟ୍ରେନଟି ବାହାରି ବାଂଶପାଣି ପର୍ଯ୍ୟନ୍ତ ଯିବା ସହିତ ଆଗାମୀ ନିର୍ଧାରିତ ସୂଚୀ ଅନୁସାରେ ପୁରୀରୁ ଦିଲ୍ଲୀ ର ଆନନ୍ଦ ବିହାର ଟର୍ମିନାଲକୁ ଚାଲିବ ।
କେନ୍ଦୁଝର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ସହିତ ସହ ସହ କେନ୍ଦୁଝରବାସୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ଟ୍ରେନଟିକୁ । ଆଗାମୀ କିଛି ଦିନ ମଧ୍ୟରେ ପାରାଦୀପରୁ କେନ୍ଦୁଝର ଗଡ଼ ମେମୁ ଟ୍ରେନ ମଧ୍ୟ ପ୍ରଧାନମନ୍ତ୍ରୀ ଉପହାର ବୋଲି ବିଧାୟକ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି ।
You Can Read :
wp:embed {"url":"https://www.prameyanews7.com/driver-died-after-tractor-turns-over-in-dharmagarh-of-kalahandi-district/","type":"wp-embed","providerNameSlug":"prameya-news-7"} /wp:embed