ସାଇରସ୍ ମିସ୍ତ୍ରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Published By : Prameya-News7 Bureau | September 04, 2022 IST

ନୂଆଦିଲ୍ଲୀ ୪।୯: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସାଇରସ୍ ମିସ୍ତ୍ରୀଙ୍କର ରବିବାର ମୁମ୍ବାଇର ପାଲଘର ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ପାଲଘର ଏସପି ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଖବରକୁ ପୁଷ୍ଟି କରିଥିବା ବେଳେ ସେ ଅହମ୍ମଦାବାଦରୁ ଫେରିବା ରାସ୍ତାରେ ପାଲଘର ଚାରୋଟିରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚିତ କରିଛନ୍ତି। ସାଇରସ୍ ମିସ୍ତ୍ରୀଙ୍କ ପରଲୋକ ଖବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକଟ କରିଛନ୍ତି।

wp:html /wp:html

ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍‌ କରିଥିବାବେଳେ ସାଇରସ୍ ମିସ୍ତ୍ରୀଙ୍କ ଅସମୟ ନିଧନରେ ମୁଁ ସ୍ତବ୍ଦ ବୋଲି ଉଲ୍ଲେଖ କରିଛନ୍ତି। ସେ ଜଣେ ଯୋଗ୍ୟ ବ୍ୟବସାୟୀ ଥିଲେ ଯିଏ ଭାରତର ଆର୍ଥିକ ଶକ୍ତିରେ ବିଶ୍ୱାସ ରଖୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କର ଏପରି ପରଲୋକ ଦେଶର ବାଣିଜ୍ୟ ଓ ଉଦ୍ୟୋଗ ଜଗତ ଲାଗି ଏକ ବଡ କ୍ଷତି ବୋଲି ମୋଦି ଉଲ୍ଲେଖ କରିଛନ୍ତି। ତାଙ୍କ ପରିବାର ଓ ଜ୍ଞାତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଥିବା ବେଳେ ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

wp:html /wp:html

ସେହିପରି ରାହୁଲ ଗାନ୍ଧି ମଧ୍ୟ ସାଇରସ ମିସ୍ତ୍ରୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏ ନେଇ ରାହୁଲ ଏକ ଟ୍ୱିଟ୍ କରିଥିବା ବେଳେ ଟାଟା ସନସ୍‌ ପୂର୍ବ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ ଖବର ଶୁଣି ଦୁଃଖିତ ବୋଲି ଉଲ୍ଲେଖ କରିଛନ୍ତି। ସେ ଦେଶର ପ୍ରତିଭାଶାଳୀ ଉଦ୍ୟମୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ଦେଶର ବିକାଶରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ଥିଲା। ମୁଁ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପ୍ରତି ଗଭୀର ସମବେଦନା ଜଣାଉଥିବା ଉଲ୍ଲେଖ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.