Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

୧୫୭ ଉପହାର ଧରି ମୋଦି ବାହୁଡିଲେ ସ୍ୱଦେଶ, ସାଙ୍ଗରେ ଧରି ଆଣିଛନ୍ତି ଅନେକ କଳାକୃତି

26/09/2021 at 8:45 AM

ଓ୍ୱାଶିଂଟନ ୨୬/୦୯: ଶେଷ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ । ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୋଦି ଏବେ ସ୍ୱଦେଶ ବାହୁଡିଛନ୍ତି । ଅର୍ଥାତ୍ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ ବାହାରିଛନ୍ତି । ତେବେ ଭାରତ ଆସିବା ବେଳେ ସାଙ୍ଗରେ ନେଇ ଆସିଛନ୍ତି ୧୫୭ଟି ସ୍ୱତନ୍ତ୍ର ଉପହାର । ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧନ କରିବା ପରେ ମୋଦୀ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ।

ଏହି ଅବସରରେ ମୋଦିଙ୍କୁ ମିଳିଥିବା ଉପହାର ସମୂହ ୧୫୭ ଟି କଳାକୃତି ଏବଂ ପୂରାତନ ମୂର୍ତ୍ତି ଧରି ଆସୁଛନ୍ତି । ଏହି କଳାକୃତି ଗୁଡ଼ିକୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତାଙ୍କୁ ଉପହାର ସ୍ୱରୁପ ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କାଳରେ ବଡ଼ ବଡ଼ ବ୍ୟବସାୟ ପ୍ରତିନିଧିମାନଙ୍କୁ ଭେଟିଥିଲେ । ସେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ସେହିପରି ଗସ୍ତ ଆରମ୍ଭରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହିତ କଥା ହୋଇଥିଲେ ।

ପ୍ରଧାନମନ୍ତ୍ରୀ କ୍ୱାର୍ଡ ସମ୍ମିଳନୀକୁ ମଧ୍ୟ ସଂବୋଧନ କରିଥିଲେ । ସେ ଅଷ୍ଟ୍ରେଲିଆ ଓ ଜାପାନ ସମକକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିଥିଲେ । ତେବେ ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ଆଫଗାନିସ୍ତାନ ଏବଂ ସେଠାକାର ତାଲିବାନୀ ସରକାର । ଆଫଗାନିସ୍ତାନ ସହିତ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ରାୟ ରଖାଯାଇଛି ଏବଂ ଭବିଷ୍ୟତର ଉଦ୍ଦେଶ୍ୟରେ ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ତାଲିବାନ ବ୍ୟତୀତ ଚୀନ ବିପକ୍ଷରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

   Related Posts