ସ୍ୱାଧୀନତାର ଅମୃତ ମହୋତ୍ସବ: ଏଥର ଟେଲିପ୍ରମ୍ପଟର ନୁହେଁ, କାଗଜ ଦେଖି ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କାହିଁକି ଜାଣନ୍ତୁ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ: ଆଜି ୭୬ ତମ ସ୍ୱାଧୀନତା ଦିବସ ଅବସରରେ ସବୁଥର ଭଳି ଏଥର ବି ଲାଲ୍‌କିଲା ଠାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ସବୁଥର ଭଳି ଏଥର ଭାଷଣ ଅଲଗା ଥିଲା। କାରଣ ମୋଦୀ ପ୍ରଥମ ଥର ପାଇଁ ଟେଲିପ୍ରମ୍ପଟର ଛାଡ଼ି କାଗଜ ଦେଖି ଭାଷଣ ଦେଇଥିଲେ। ଏଥିପାଇଁ ତାଙ୍କୁ ମଝିରେ ମଝିରେ କାଗଜ ଦେଖିବାକୁ ପଡ଼ୁଥିଲା। 

Leeventi® Teleprompter 4.0 - Leeventi Teleprompter

ଆଜିକୁ ମିଶାଇ ଲଗାତର ୯ ଥର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧନ କରିଛନ୍ତି। ଆଜି ତାଙ୍କର ୮୩ ମିନିଟ୍ର ଲମ୍ବା ଭାଷଣରେ ମୋଦୀ ଦେଶର ସ୍ୱାଧୀନତା ସଂଗ୍ରାମୀ ପଞ୍ଚର୍ପଣ, ନାରୀ ଶକ୍ତି, ଭ୍ରଷ୍ଟାଚାର ଏବଂ ବଂଶବାଦ ଆଦି ବିଷୟରେ ଭାଷଣ ଦେଇଥିଲେ। ଏତେ ଲମ୍ବା ଭାଷଣକୁ ସେ କାଗଜ ଦେଖି ଦେଇଥିଲେ।

କାରଣ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେଉଥିବା ବେଳେ ଟେଲିପ୍ରମ୍ପଟର କାମ ନ କରିବାରୁ ମଝିରୁ ଭାଷଣ ବନ୍ଦ କରିଦେଇଥିଲେ। ଏହାପରେ ଘଟଣାକୁ ନେଇ ବିରୋଧୀଙ୍କ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ୟଙ୍ଗ କରି କହିଥିଲେ “ ଏତେ ମିଛ ଟେଲିପ୍ରମ୍ପଟର ବି ସହିପାରିଲାନି। ” ତେଣୁ ଏଭଳି ଘଟଣା ଯେମିତି ପୁନର୍ବାର ନଘଟେ ସେଥିପାଇଁ ମୋଦୀ କାଗଜ ଦେଖି ଭାଷଣ ଦେଇଥିବା କୁହାଯାଉଛି।

{"width":836,"height":439}
Video: When PM Modi saw M-R-S Sirisena on his teleprompter

ଟେଲିପ୍ରମ୍ପଟର କ’ଣ? ଏହା ହେଉଛି ଏକ ଡିସ୍‌ପ୍ଲେ ଡିଭାଇସ୍‌। ଯାହାଦ୍ୱାରା ସ୍କ୍ରିପ୍ଟ ପଢ଼ିବା ସହଜ ହୋଇଥାଏ। ଟିଭି ପରି ଦେଖାଯାଉଥିବା ଏହି ଡିଭାଇସରେ ପୂର୍ବରୁ ସମସ୍ତ ଲେଖାକୁ ଖଞ୍ଜା ଯାଇଥାଏ। ଜଣେ ଅପରେଟର ଏହାର ପରିଚାଳନା କରନ୍ତି। ଭାଷଣ ଦେଲାବେଳେ ବକ୍ତାଙ୍କ ଅନୁସାରେ ଅପରେଟର ଲେଖାଗୁଡ଼ିକୁ ଉପରତଳ କରିଦେଖାନ୍ତି। ବକ୍ତା ଯେଉଁଠି ଅଟକନ୍ତି ଅପରଟେର ମଧ୍ୟ ଲେଖାଗୁଡ଼ିକୁ ସେଇଠି ଅଟକାଇ ଦିଏ। ଟେଲିପ୍ରମ୍ପଟରକୁ ମୁଖ୍ୟତଃ ଟେଲିଭିଜନ ଗଣମାଧ୍ୟମରେ ଖବର ପଢ଼ିବାରେ ବ୍ୟବହାର କରାଯାଇଥାଏ।

{"id":671388,"sizeSlug":"full","linkDestination":"none"}

ଆପଣ ଦେଖିଥିବେ ଖବର ଉପସ୍ଥାପକ ଖବର ପଢ଼ିଲା ବେଳେ ସର୍ବଦା ଆପଣଙ୍କ ଆଡ଼କୁ ଅନାଇଥିବାର ଦେଖାଯାଏ। ପ୍ରକୃତରେ ତାହା ସତ୍ୟ ନୁହେଁ। ଖବର ଉପସ୍ଥାପକ କ୍ୟାମେର ତଳେ ଲାଗଥିବା ଟେଲିପ୍ରମ୍ପଟରକୁ ଦେଖି ଖବର ପଢ଼ୁଥାନ୍ତି। ଅପରେଟର ଗୋଟିଏ ପର ଗୋଟିଏ ସ୍କ୍ରିପ୍ଟକ ତଳୁ ଉପରକୁ ଗଡ଼ାଉ ଥାନ୍ତି। ଆଜିକାଲି ଅଙ୍କରମାନେ ନ୍ୟୁଜ ପଢ଼ିଲାବେଳେ ହାତରେ ଟେଲିପ୍ରମ୍ପଟର ରିମୋଟ ଧରି ଏହାକୁ ନିଜ ଅନୁସାରେ ପରିଚଳାନା କରୁଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.