ନୂଆ ସରକାରରେ ବି ନିଜ କୋର୍ ଟିମ୍ ସ୍ଥିର ରଖିଲେ ପିଏମ୍ ମୋଦୀ, CCSରେ ରିପିଟ୍ ହେଲେ ସମସ୍ତ ମନ୍ତ୍ରୀ

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି । ଶପଥ ଗ୍ରହଣର ୨୪ ଘଣ୍ଟା ଭିତରେ ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ନୂଆ ମନ୍ତ୍ରିମଣ୍ଡଳର ଖାସ୍ କଥା ହେଉଛି ଯେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ) ମନ୍ତ୍ରଣାଳୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ସିସିଏସ ବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ସୁରକ୍ଷା ସମ୍ୱନ୍ଧିତ ସମିତିରେ ଗୃହ, ରକ୍ଷା, ଅର୍ଥ ଏବଂ ବିଦେଶ ମନ୍ତ୍ରଣାଳୟ ସାମିଲ ରହିଛି । ଏହା ସୁରକ୍ଷା ସମ୍ୱନ୍ଧିତ ମାମଲା ଉପରେ ନିଷ୍ପତ୍ତି ନେଉଥିବା ସର୍ବୋଚ୍ଚ କମିଟି । ଅର୍ଥାତ୍ ଏହି କାର୍ଯ୍ୟକାଳରେ ବି ଗୃହ ମନ୍ତ୍ରଣାଳୟ ଅମିତ୍ ଶାହ ସମ୍ଭାଳିବେ । ଏହା ବ୍ୟତୀତ ରାଜନାଥ ସିଂ ହିଁ ପ୍ରତିରକ୍ଷା ମନ୍ତ୍ରୀ ରହିବେ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ହୋଇଛନ୍ତି ।

ରାଷ୍ଟ୍ରୀୟ ସୁରକ୍ଷା ସମ୍ୱନ୍ଧିତ ନିଷ୍ପତ୍ତି ନେବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଗୁଁ ସିସିଏସକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ସମିତି କୁହାଯାଏ । ବିଜେପି ସରକାର ରାଷ୍ଟ୍ରୀୟ ସୁରକ୍ଷା ମାମଲାରେ ନିଜର ପ୍ରଭାବ ବାଜୟ ରଖିବା ପାଇଁ ଚାରି ପ୍ରମୁଖ ସିସିଏସ ମନ୍ତ୍ରଣାଳୟ (ଗୃହ, ରକ୍ଷା, ଅର୍ଥ ଏବଂ ବିଦେଶ ମାମଲା) ଉପରେ ନିଜର ନିୟନ୍ତ୍ରଣ ରଖିଛି । ଐତିହାସିକ ରୂପେ ସିସିଏସର ଗଠନ ଭାରତର ସୁରକ୍ଷା ଏବଂ ବିଦେଶ ନୀତିରେ ଗୁରୁତ୍ୱପୂର୍ଣ୍ଣ ଉପକରଣ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.