ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ଆଉ ଏକ ନୋଟବନ୍ଦୀ! ହେଲେ ଜାଣି ପାରିନାହାନ୍ତି ଆପଣ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ ୮।୧୧: ଦେଶରେ ୮ ନଭେମ୍ବର ୨୦୧୬ରେ ହୋଇଥିଲା ପ୍ରଥମ ନୋଟବନ୍ଦୀ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ସାଧାରଣ ଜନତା ବେଶ୍ ଖୁସି ଥିଲାବେଳେ ଭ୍ରଷ୍ଟାଚାର ଓ ବ୍ଲାକ୍ ମନି କୁବେରଙ୍କ ମଧ୍ୟରେ ହାହାକାର ପଡିଯାଇଥିଲା। ୮ ନଭେମ୍ବର ମଙ୍ଗଳବାର ଏହି ନୋଟ ବନ୍ଦୀକୁ ୬ ବର୍ଷ ପୂରଣ ହୋଇଛି। ନୋଟବନ୍ଦୀ କାଳରେ ଦେଶର ଭଲ ଲାଗି ସାଧାରଣ ଜନତାଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା। ଏବେବି ଅନେକ ଲୋକେ ନୋଟବନ୍ଦୀର ସ୍ମୃତିକୁ ମନେ ପକାଇ ବିଚଳିତ ହୋଇଉଠୁଛନ୍ତି। ଏହା ପରେ ଯଦି ପୁଣି ଥରେ ଲୋକଙ୍କୁ ନୋଟବନ୍ଦୀ ପ୍ରସ୍ତାବ ଦିଆଯାଏ ହୁଏତ ଅନେକ ଅରାଜି ହେବେ । ହେଲେ ଆପଣ ଜାଣନ୍ତି ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତି ମଧ୍ୟରେ ଆଉ ଏକ ନୋଟବନ୍ଦୀ ମଧ୍ୟ କରିଦେଇଛନ୍ତି।

ଦ୍ୱିତୀୟବାର ହୋଇଥିବା ନୋଟବନ୍ଦୀ ଲୋକଙ୍କୁ ଜଣା ପଡି ନାହିଁ। ପ୍ରଧାନମନ୍ତ୍ରୀ ମଧ୍ୟ ଏଥିଲାଗି କାହାରିକୁ କଷ୍ଟ ଦେବାକୁ ଚାହିଁ ନାହାନ୍ତି। ତେବେ ଏହି ଦ୍ୱିତୀୟ ନୋଟବନ୍ଦୀ କେବେ ଓ କିପରି ହେଲା ଏବଂ କାହିଁକି ଗୋପନ ରଖାଗଲା ଆସନ୍ତୁ ଜାଣିବା।

{"id":706507,"sizeSlug":"large","linkDestination":"none"}

୮ ନଭେମ୍ବର ୨୦୧୬ ରାତି ୮ଟା ବେଳର ସମୟ ଆଜି ମଧ୍ୟ ଅନେକ ଲୋକଙ୍କ ସ୍ମୃତିକୁ ତାଜା କରୁଥିବ। ପ୍ରଧାନମନ୍ତ୍ରୀ ଟିଭିରେ ଆସି ପ୍ରଥମ ଥର ୫୦୦ ଓ ୧୦୦୦ ଟଙ୍କା ନୋଟ ମଧ୍ୟ ରାତ୍ରରୁ ପ୍ରଚଳନରୁ ବାହାର ହୋଇଯିବ ବୋଲି ଘୋଷଣା କରିଥିଲେ। ଫଳରେ ସାରା ଦେଶରେ ହୁରି ପଡିଯାଇଥିଲା। କେବଳ ଦେଶରେ ନୁହେଁ ଭାରତର ଏହି ନିଷ୍ପତ୍ତି ସାରା ବିଶ୍ୱକୁ ମଧ୍ୟ ଅସମଞ୍ଜସରେ ପକାଇ ଦେଇଥିଲା। କାରଣ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡିବାର ଥିଲା। ସରକାରଙ୍କ ଉପରେ ନୋଟବନ୍ଦୀ ନେଇ ପୂର୍ବରୁ କୌଣସି ଯୋଜନା ନଥିବାର ଅଭିଯୋଗ ଉଠିଥିଲା। ତେବେ ବିଶେଷଜ୍ଞଙ୍କ ଅନୁସାରେ ଏହି ନୋଟବନ୍ଦୀ ଅଚାନକ ହୋଇ ନଥିଲା।

ଏଥିଲାଗି ପ୍ରଧାନମନ୍ତ୍ରୀ ଦୀର୍ଘ ସମୟରୁ ଯୋଜନା ପ୍ରସ୍ତୁତ କରିଥିଲେ। ନଚେତ ଦେଶରେ ନୋଟବନ୍ଦୀ କେବେବି ସମ୍ଭବ ହୋଇପାରନଥାନ୍ତା। ଅର୍ଥକ୍ରାନ୍ତିର ଜନକ ତଥା  ଅର୍ଥଶାସ୍ତ୍ରୀ ଅନିଲ ବୋକିଲ କହନ୍ତି ଯେ ଯେତେବେଳେ ଦେଶରେ ୫୦୦ ଓ ୧୦୦୦ ଟଙ୍କା ମୁଦ୍ରାକୁ ବନ୍ଦ କରାଗଲା ସେତେବେଳେ ଏହା ଦେଶର ବଜାରରେ ଚଳନରେ ଥିବା ମୋଟ ମୁଦ୍ରାର ୮୬ ପ୍ରତିଶତ ଥିଲା। ଏହି ପ୍ରତିଶତ ଲଗାତାର ବଢିବଢି ଚାଲିଥିଲା। ଯଦି ୨୦୧୬ ମସିହାରେ ୫୦୦ ଓ ହଜାର ଟଙ୍କା ମୁଦ୍ରାକୁ ବନ୍ଦ କରାଯାଇ ନଥାନ୍ତା ଏହା ପରବର୍ତ୍ତି କିଛି ବର୍ଷରେ ମୋଟ ମୁଦ୍ରାର ୯୦ରୁ ୯୫ ପ୍ରତିଶତକୁ ପହଞ୍ଚି ଯାଇଥାନ୍ତା। ଯାହା ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଫ୍ରିଜ ହୋଇଯାଇଥାନ୍ତା।

{"id":706508,"width":839,"height":551,"sizeSlug":"full","linkDestination":"none"}

୫ଶହ ଓ ୧ ହଜାର ଟଙ୍କା ନୋଟକୁ ବନ୍ଦ କରି ସରକାର ତୁରନ୍ତ ବଜାରକୁ ୨ହଜାର ଟଙ୍କାର ନୋଟ ଛାଡିଥିଲେ। ସେତେବଳେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା। ଏହା ଯୋଗୁ ଭ୍ରଷ୍ଟାଚାର ଅଧିକ ବଢିବ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ୫୦୦ ଓ ୧୦୦୦ ଟଙ୍କା ନୋଟର ବିକଳ୍ପରେ ଏହାକୁ ଅଣାଯାଇଥିଲା। ନ ହୋଇଥିଲେ ଅର୍ଥ ବ୍ୟବସ୍ଥା ରନ ହୋଇପାରିନଥାନ୍ତା। ପରେ ଏହାକୁ ୱିଡ୍ର ଲାଗି ଯୋଜନା କରାଗଲା। ଅନିଲ ବୋକିଲଙ୍କ ଦାବି ଅନୁସାରେ କେନ୍ଦ୍ର ସରକାର ଅଢେଇ ବର୍ଷ ପୂର୍ବରୁ  ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିନେଇଛନ୍ତି। ଯାହାକୁ ଏକପ୍ରକାର ନୋଟବନ୍ଦୀ ହିଁ କୁହାଯାଇପାରେ।

ଦେଶରେ ଡିଜିଟାଲ ପେମେଣ୍ଟ ଯେପରି ବଢିବଢି ଗଲା ବଜାରରୁ ୨୦୦୦ ଟଙ୍କିଆ ନୋଟର ଅପସାରଣ ସରକାରଙ୍କ ଲାଗି ସେତିକି ସହଜ ହୋଇଗଲା। ଏବେ ସରକାର ୨୦୦୦ ଟଙ୍କିଆ ନୋଟର ପ୍ରିଣ୍ଟିଂ ମଧ୍ୟ ବନ୍ଦ କରିଦେଇଛନ୍ତି। ଫଳରେ ୨ହଜାର ଟଙ୍କିଆ ମୁଦ୍ରାର ପ୍ରଚଳନ ଦେଶରେ ସମାପ୍ତ ହୋଇଯାଇଥିବା ବେଳେ ଅଧିକାଂଶ ଟଙ୍କା ଏବେ ବ୍ୟାଙ୍କକୁ ଫେରିଗଲାଣି। ବଜାରରେ ଯାହା ବାକି ରହିଛି ତାହା ଭ୍ରଷ୍ଟାଚାର ଓ ହବାଲାରେ ବନ୍ଦ ହୋଇ ରହିଛି ଓ ଖୁବ୍ ଶୀଘ୍ର ବ୍ୟାଙ୍କକୁ ଫେରିଯିବ ବୋଲି ଆଶା କରାଯାଉଛି। ଯେଉଁ ଲୋକଙ୍କ ୨ ନମ୍ବର କାରବାର ଅଛି କେବଳ ସେହିମାନଙ୍କ ମଧ୍ୟରେ ଏହି ଟଙ୍କା ଘୁରି ବୁଲୁଛି। ୨ ହଜାର ଟଙ୍କା ନୋଟ୍ ଏବେ ରିଟେଲ ସର୍କୁଲେସନରୁ ଅଘୋଷିତ ଭାବେ ବାହାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.